ଭୁଷୁଡ଼ିଲା କୋଦଳା ଦୁଆନ ବନ୍ଧ ସୁରକ୍ଷା ପାଚେରୀ, ନିମ୍ନ ମାନର କାମକୁ ନେଇ ଉଠିଲା ପ୍ରଶ୍ନ ? ଭିଜିଲାନ୍ସ ତଦନ୍ତ ଦାବି

0
267

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ୧୦ ନମ୍ବର ୱାର୍ଡରେ ଥିବା ଦୁଆନ ବନ୍ଧ ସୁରକ୍ଷା ପାଚେରୀ ବା ଗାର୍ଡ଼ୱାଲ୍ ଭୁଷୁଡି ପଡିଛି । ନିମ୍ନମାନର କାମ ହୋଇଥିବା ଯୋଗୁଁ ସାଧାରଣ ବର୍ଷା ହେବାରୁ ଭୁସୁଡି ପଡିଲା ପାଚେରୀ । ସବୁଠାରୁ ବଡ଼ କଥା ହେଲା କିଛି ଦିନ ହେଲା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିମୟରେ ଭୁଷୁଡ଼ିଥିବା ପାଚେରୀ ନିର୍ମାଣ ହୋଇଥିଲା । ଏହା ପାଚେରୀ ଭୁଷୁଡ଼ି ପଡିଥିବା ଯୋଗୁଁ ନିମ୍ନମାନର କାମ ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ଏପରିକି ପାଚେରୀ ଭୁଷୁଡ଼ି ପଡ଼ିବା ଯୋଗୁଁ ଉଭୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ପାରିବାପଣିଆ ପ୍ରତି ଏବେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଅନ୍ୟପଟେ ଜନସାଧାରଣ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ କିପରି କାମ ତଦାରଖ କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ନିରପେକ୍ଷ ତଦନ୍ତ କରିବା ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here