ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକ କ୍ଲବ ତରଫରୁ ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ

0
232

ବ୍ରହ୍ମପୁର: ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକ କ୍ଲବ ତରଫରୁ ବୁଧବାର ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଇଛି l ଏହି ଖେଳ ପଡିଆକୁ ପ୍ରତିଦିନ ହଜାର ହଜାର ଜନସାଧାରଣ ମର୍ଣୀଙ୍ଗ ୱାକ ଓ ଖେଳକୁଦ କରିବାକୁ ଆସୁଥିବାବେଳେ ଖେଳ ପଡିଆଟି ଅପରିଷ୍କାର ଓ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରହିଛି l ପଡିଆ କତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି l ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକ କ୍ଲବ ତରଫରୁ ପଡ଼ିଆରେ ପଡ଼ିଥିବା ଆବର୍ଜନା ଓ ଗ୍ୟାଲେରୀରେ ପଡ଼ିଥିବା ମଇଳା ସଫେଇ କରାଯାଇଛି l ଏଥିରେ ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକ କ୍ଲବର ବହୁ ସଦସ୍ୟ ଯୋଗଦେଇ ପଡିଆ ଓ ଗ୍ୟାଲେରୀ ସଫେଇ କରିଥିଲେ l

LEAVE A REPLY

Please enter your comment!
Please enter your name here