୩୩ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ଅନୁଷ୍ଠିତ

0
248

ବ୍ରହ୍ମପୁର: ବନକୁସୁମ ଶିଶୁ ସାହିତ୍ୟ ପ୍ରତିଷ୍ଠାନ, ବ୍ରହ୍ମପୁର ର 33 ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି l ଶିକ୍ଷା ପଦ୍ଦତି ରେ ଶିଶୁ ଓ କିଶୋରଙ୍କ ବୌଦ୍ଧିକ ବିକାଶର ଦିଗନ୍ତ ପ୍ରତି ବିଶେଷ ଦ୍ରଷ୍ଟବ୍ୟ କୁ ନେଇ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ବହୁସଂଖ୍ୟା ରେ ଶିଶୁ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରଙ୍ଗା ରଙ୍ଗ କାର୍ଯ୍ୟ ରେ ନିଜ ନିଜ ନୃତ୍ୟ, ଗୀତ, ଅଭିନୟ ପ୍ରଦର୍ଶନ କରି ଦ୍ରଷ୍ଟା ଙ୍କ ମନ ଜିଣି ଥିଲେ ,ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇ ଥିଲା ସମସ୍ତ ଶିଶୁଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଆରାଧ୍ୟା ତନୟାଙ୍କୁ ପ୍ରତିଷ୍ଠାନ ତରଫରୁ ରଜକୁମାରୀ ସମ୍ମାନରେ ସମ୍ମାନିତ କରି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ଃ ରାଜେନ୍ଦ୍ର କୁମାର ବେହେରା ଓ ମୁଖ୍ୟ ସମ୍ପାଦକ ଶ୍ରୀ କାଳନ୍ଦୀ ଚରଣ ନାୟକଙ୍କ ଠାରୁ ମାନପତ୍ର ଗ୍ରହଣ କରିଛନ୍ତି
ଏହି କାର୍ଯ୍ୟକ୍ରମ 2ଟି ଅଧିବେଶନ ରେ କରାଯାଇଥିଲା l ସଭାପତି ଶ୍ରୀ ଯୁକ୍ତ ଉମାଚରଣ ମିଶ୍ର, ଇଂ ଆଶୁତୋଷ ପାତ୍ର,ମୁଖ୍ୟ ଅତିଥି ଡ଼ା. ରାଜେନ୍ଦ୍ର କୁମାର ବେହେରା (ଚକ୍ଷୁ ବିଶେଷଜ୍ଞ ),ଡ଼ା ଶଙ୍କର୍ଷଣ ପାତ୍ର,ମୁଖ୍ୟ ବକ୍ତା ଶ୍ରୀ ଅଭାରାଣୀ ପଟ୍ଟନାୟକ, ସମ୍ମାନିତଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ସୁବୁଦ୍ଧି, (ସମାଜ ସେବି )ସଭାପତି- ମିଶ୍ର, ମୁଖ୍ୟ ସମ୍ପାଦକ ଶ୍ରୀ କାଳନ୍ଦୀ ଚରଣ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ରେ ଗୁରୁତ୍ୱପୂର୍ଣ ଅବଦାନ ଦେଇଥିଲେ l

LEAVE A REPLY

Please enter your comment!
Please enter your name here