ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

0
200

ଭଞ୍ଜନଗର : ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତାରେ ବୈଠକରେ ୭୪ ତମ ସାଧାରଣତନ୍ତ୍ର କିପରି ସୁଚାରୁରୂପେ ପାଳନ କରାଯିବ ସେ ନେଇ ବିସ୍ତ୍ରୁତ ଆଲୋଚନା ହୋଇଥିଲା। ଜାନୁୟାରୀ ୨୬ ପ୍ରତ୍ୟୁଷ ୫.୦୦ଘଣ୍ଟ ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭.୧୫ ମି.ରେ ପତାକା ଉତ୍ତୋଳନ କରିବେ । ସକାଳ ୮.୩୦ମି ରେ ସ୍ଥାନୀୟ ଜେଲ ପଡ଼ିଆ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ପ୍ୟାରେଡ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ପ୍ୟାରେଡ଼ ଅଭ୍ୟାସ ନିମନ୍ତେ ୨୨ ଓ ୨୩ ତାରିଖରେ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି । ବୈଠକ ରେ ଏନ୍.ସି.ସି ଅଫିସର କେ.ଏ ସ.ୟୁ.ବି କଲେଜ, ପଞ୍ଚାନନ ପାଳ,ସମାଜ ସେବି ଶୂଳପାଣି ଶତପଥୀ,ବିଭିନ୍ନ ବିଭାଗର ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପାତ୍ର ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here