ଡାକ୍ତରଙ୍କ ଅନୁପସ୍ଥିତି ଓ ଚିକିତ୍ସାର ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ; ଗ୍ରାମବାସୀଙ୍କ ରାସ୍ତାରୋକ

0
629

ଗାଙ୍ଗପୁର,୯/୮ (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଗୋବରା ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବିରିପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଗୋବରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ,ଡାକ୍ତର ଅନୁପସ୍ଥିତ ଥିବାରୁ ମେଡ଼ିକାଲର କର୍ମଚାରୀମାନେ ତାଙ୍କୁ ଫେରାଇ ଦେଇଥିଲେ ।

ଭଞ୍ଜନଗର ଡାକ୍ତରଖାନାକୁ ନେବା ରାସ୍ତାରେ ଗଙ୍ଗାଧରଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଶବକୁ ରାସ୍ତା ଉପରେ ରଖି , ଟାୟାର ଜାଳି ରାସ୍ତାରୋକ କରିଥିଲେ । ରାସ୍ତାର ଉଭୟ ପଟେ ଯାନବାହାନ ଅଟକିରହିବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୁଇ ଘଣ୍ଟା ଧରି ରାତି ପ୍ରାୟ ୨ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ଯୋଗୁଁ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା, ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟାଇଥିଲେ ।

LEAVE A REPLY

Please enter your comment!
Please enter your name here