ଭଲ ଖବର : ଜଙ୍ଗଲ ନିଆଁକୁ ଆୟତ୍ତ କଲେ ବନବିଭାଗ ଓ ଯୁବଗୋଷ୍ଠୀ

0
331

ବୁଗୁଡା: ଗଞ୍ଜାମ ଜିଲ୍ଲା, ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ପଙ୍କଳବାଡି ଗ୍ରାମ ନିକଟ ପଙ୍କଜ ପଲ୍ଲୀ ସ୍ଥିତ ଚାନ୍ଦୀନୀ ପାହାଡ ଜଙ୍ଗଲରେ ଏପ୍ରିଲ ୨୫ ତାରିଖ ଦିନ ନିଆଁ ଲାଗିଯାଇଥିଲା। ବାଲିପଦର ବିଟ ବନରକ୍ଷୀ ଅସ୍ମତ ବିବି ହାତୀପଲ ଘଉଡ଼ାଇବା ପାଇଁ ଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିଥିବା ତାଙ୍କ ନଜରକୁ ଆସିଥିଲା। ସେ ଓ ତାଙ୍କ ସହଯୋଗୀମାନେ ଜଙ୍ଗଲରେ ନିଆଁ ଲିଭାଇବାରେ ଲାଗିଥିବା ସମୟରେ ସେହି ରାସ୍ତା ଦେଇ ପାଙ୍ଗିଡ଼ି ସରପଞ୍ଚ ଭାଗ୍ଯଲତା ବିଷୋୟୀ ଓ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ବାଇକ ଯୋଗେ ଯାଉଥିଲେ। ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ବନବିଭାଗ କର୍ମଚାରୀମାନେ ଚେଷ୍ଟା କରୁଥିବା ସରପଞ୍ଚଙ୍କ ନଜରକୁ ଆସିଥିଲା। ସରପଞ୍ଚଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ମୋବାଇଲ ଯୋଗେ ଗ୍ରାମର କିଛି ଯୁବକଙ୍କ ସହଯୋଗ ଲୋଡିଥିଲେ। ଫୋନ କଲ ପାଇ ଗ୍ରାମର ଯୁବ ଗୋଷ୍ଠୀ ଜଙ୍ଗଲ ନିଆଁ ଲିଭାଇବାରେ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ଅକ୍ଳାନ୍ତ ପରିଶ୍ରମ ପରେ ଏପ୍ରିଲ ୨୬ ତାରିଖ ଦିବା ୧୧:୩୦ ମିନିଟ ସମୟରେ ଜଙ୍ଗଲ ନିଆଁ ଆୟତ ହୋଇଥିଲା। ଏହି ମହତ କାର୍ଯ୍ୟରେ ରଙ୍କ ଭୂୟାଁ, ଗୁରୁମୂର୍ତ୍ତି ବିଷୋୟୀ, ବିପ୍ର ବିଷୋୟୀ, ପାଣୁ ବିଷୋୟୀ, ପରବାସୀ ବିଷୋୟୀ, ନନ୍ଦନ ସ୍ବାଇଁ, ରାଜା ସ୍ବାଇଁ, ସୂର୍ଯ୍ୟକାନ୍ତ ବିଷୋୟୀ, ଗୁରୁ ରଣା, ସୁଦୀପ୍ତ ନାୟକ, ସୀମାଞ୍ଚଳ ସ୍ବାଇଁ ପ୍ରମୁଖ ଗ୍ରାମର ଯୁବକଙ୍କ ସହଯୋଗ ପାଇଁ ସରପଞ୍ଚ ଶ୍ରୀମତୀ ବିଷୋୟୀ ଓ ବନ ବିଭାଗ ଧନ୍ୟବାଦ ଜଣାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here