ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାରଳାଖେମୁଣ୍ଡି ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜୟନ୍ତୀ ପାଳିତ

0
283

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରାଞ୍ଚଳରେ ଆଜି ସକାଳୁ ୭.୦୦ଘଣ୍ଟା ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଖ୍ୟ ବିନ୍ଧାଣୀ , ଜଣେ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର , ଅଗ୍ରପୂଜ୍ୟ , ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା , ଅମ୍ଳାନ ବ୍ୟକ୍ତିତ୍ୱ , ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ ପାଇଁ ଓଡ଼ିଆ ଙ୍କ ଗୈାରବ ସ୍ବାକ୍ଷର ବହନ କରୁଥିବା ଉତ୍କଳ ପୁରୁଷ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜନ୍ମ-ଜୟନ୍ତୀ , ତାଙ୍କ ପବିତ୍ର ଜନ୍ମ-ମାଟି ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଜାର ଛକ ନିକଟରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ନିକଟରେ ପହଞ୍ଚିଥିଲେ ପାରଳା ରାଜପ୍ରସାଦ ର ରାଜମାତା ସୁଶ୍ରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସହିତ ବହୁ ବୁଦ୍ଧିଜୀବୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହିପରି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧିପୀଠ ଠାରେ ରାଜମାତା ସୁଶ୍ରୀ କଲ୍ୟାଣୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ , ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ (ସେବା ନିବୃତ) ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ -ସ୍ୱରାଜ ଶିଶା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଦେଇ ମହାନ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ବରସ୍ବତୀ ଶିଶୁ ବିଦ୍ୟାଳୟ , ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇଥିଲେ, ଦୁଃଖ ଓ ପରିତାପର ବିଷୟ ଏହି କି ଯେ ମହାରାଜାଙ୍କ ଅମଳରୁ ତାଙ୍କ ର ନିଜର ପାଇଖ ଆଖଡ଼ା ଯେଉଁ ମାନେ ମହାରାଜା ଙ୍କ ସମର ଶିକ୍ଷାର୍ଥୀ ବାହୀନି ହିସାବରେ ଆଜ୍ଞାମାଳ ପାଇଥିବା ଆଖଡ଼ା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଧାନ୍ୟ ଦିଆନଯିବା ଏବଂ ପୂର୍ବ ବର୍ଷ ମାନଙ୍କରେ ସେମାନେ ସହଯୋଗ କରିଥିବା କ୍ଷେତ୍ରର ସେମାନଙ୍କ ବୀର ବାଦ୍ୟ ବଜାଇବା ପଇସା ଦେବାରେ କୋଠି ନା କୋଠି ଅବହେଳିତ ହେବା ଯୋଗୁଁ ସେମାନଙ୍କ ଆଗ୍ରହ କମିଥିବା ସୁଣିବାକୁ ମିଳିଛି। ଗଜପତି ପ୍ରଶାସନିକ ପକ୍ଷରୁ ପାରଳାଖେମୁଣ୍ଡି ମହାରାଜାଙ୍କ ଜନ୍ମସ୍ଥାନ ରେ ମହାରାଜା ଙ୍କ ଜୟନ୍ତୀ ଅବସରରେ ଯେଉଁ ପ୍ରକାରର ମର୍ଜାତାରେ ପାଳନ କରିବା କଥା ସେହି ପ୍ରକାରେ ହୋଇ ପାରୁନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟତା ଦେଇ ବହୁ ଆଡମ୍ବର ସହ କରିବାକୁ ସାଧାରଣ ବୁଦ୍ଧିଜୀବୀ ମହଲରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ଆଜିର ହୋଇଥିବା କାର୍ଯ୍ୟକ୍ରମ ଯେଉଁ ପରି ନିରାଡ଼ମ୍ବର ଭାବେ କରିଥିଲେ ସହରର ବୁଦ୍ଧିଜୀବିମାନେ ନାପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ଜିଲ୍ଲା ତଥା ମହାରାଜାଙ୍କ ପାଇଁ ଅସମ୍ମାନ କରୁଥିବା ସାଧାରଣ ଲୋକଙ୍କ ପାଖରୁ ଦେଖିବାକୁ ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here