ସୀମାଞ୍ଚଳ ପ୍ରଧାନ କରଚୁଲି ସମବାୟ ସମିତି ସଭାପତି

0
296

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ସେବାସମବାୟ ସମିତି ସଭାପତି ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। କରଚୁଲି ସେବାସମବାୟ ସମିତି କରଚୁଲି ଓ କରସିଙ୍ଗ ଦୁଇଗୋଟି ପଞ୍ଚାୟତକୁ ନେଇ ଗଠିତ। ଏହି ସେବା ସମବାୟ ସମିତିର ସଭାପତି ପଦବୀ ପାଇଁ ସିମାଞ୍ଚଳ ପ୍ରଧାନ ଓ ବିଷ୍ଣୁ ଚରଣ ପ୍ରଧାନ ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ୧୫ ଜଣ ମେମ୍ବରଙ୍କ ମଧ୍ୟରୁ ସିମାଞ୍ଚଳ ପ୍ରଧାନଙ୍କୁ ୧୧ ଜଣ ଭୋଟ ଦେଇଥିବା ବେଳେ ବିଷ୍ଣୁ ଚରଣ ପ୍ରଧାନଙ୍କୁ ୪ ଜଣ ଭୋଟ ଦେଇଥିଲେ। ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ଗଡନାୟକ ଯୋଗ ଦେଇଥିବା ବେଳେ ସୀମାଞ୍ଚଳ ପ୍ରଧାନଙ୍କୁ କରଚୁଲି ସେବା ସମବାୟ ସମିତି ସଭାପତି ଭାବେ ବିଜୟ ଘୋଷଣା କରିଥିଲେ। ସେବା ସମବାୟ ସମିତି ସମ୍ପାଦକ ଦୀପକ କୁମାର ସେନାପତି ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ। ଭୋଟ ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବୁଗୁଡା ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ବୁଗୁଡା ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କରସିଙ୍ଗ ସମିତି ସଭ୍ୟ ଚିକୁ ବାରିକ, ବିଧାୟକ ପ୍ରତିନିଧି କେ ତ୍ରିଲୋଚନ ଦୋରା, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ନାୟକ, ଦ୍ଵିତିକୃଷ୍ଣ ପ୍ରଧାନ, ମିଥୁନ ବାରିକ, ବିନୋଦ ପ୍ରଧାନ, ଟିଟୁ ପରିଡା, ସନ୍ଯାସି ପ୍ରଧାନ, ହନି ବେହେରା, ସୁମନ ଗୌଡ ସମେତ ଦୁଇ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ରହି ବିଜୟୀ ପ୍ରାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here