ପୋଲସରାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

0
467

ପୋଲସରା : ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଅମୂଲ୍ୟ ମୂଲ୍ୟବୋଧ ଅହିଂସା ନୀତିର ପ୍ରଚାର ଓ ପ୍ରସାର ବ୍ୟାପକ କରିବା ପାଇଁ ସମଗ୍ର ଓଡିଶାରେ ଅହିଂସା ରଥର ପରିଭ୍ରମଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ଦିବସ ସୋମବାର ସନ୍ଧ୍ୟାରେ ପୋଲସରା ବ୍ଲକକୁ ସଂଯୋଗ କରୁଥିବା ଚିରିକିପୋଡା ଶାସନ ପ୍ରବେଶ ଛକ ଠାରେ ଅହିଂସା ରଥର ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। । ଘଣ୍ଟ ମୃଦଙ୍ଗ ଢୋଲ ,ବାଜା ହୁଳହୁଳିରେ ଶବ୍ଦ ସହ ଭାରତ ମାତା, ମହାତ୍ମା ଗାନ୍ଧୀ ଓ ଉତ୍କଳ ଜନନୀ ଙ୍କ ଜୟଗାନ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପୋଲସରା ମାଟି। ପୋଲସରା ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ , ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ , ତହସିଲଦାର ଭାସ୍କର ଚନ୍ଦ୍ର ସାହୁ , ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ସିଡିପିଓ କୁନ୍ତଳା କୁମାରୀ ନାୟକ , ବିଇଓ କାଳୀଚରଣ ବହେରା , ବ୍ଲକ ଅଧ୍ୟକ୍ଷ କଳ୍ପନା ପ୍ରଧାନ , ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା , ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ , ଓ ଝୁନୁ ଦାସ ସମେତ ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ରହି ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ବିରିପୁରୁ, ଚିରିକିପୋଡା ଶାସନ, ନରସିଂହ ପଲ୍ଲୀ , ଦଶମଇଲି , ନୂଆପଲ୍ଲୀ , ସାନ ବରଗାଁ , ମହୁଲପଲ୍ଲୀ , ସୁନାରୀ ବୁଗୁଡା , ଲକ୍ଷଣପଲ୍ଲୀ ପ୍ରଭୃତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ଅହିଂସା ରଥ ପୋଲସରା ଏନ୍. ଏ.ସି ମଧ୍ୟକୁ ପ୍ରବେଶ ପଥରେ ପହଞ୍ଚି ଥିଲା । ସେଠାରେ ବହୁ ଆଗରୁ ପ୍ରସ୍ତୁତ ଥିବା ଏନ୍. ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ , ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ ବେହେରା ସମେତ ସମସ୍ତ କାଉନସିଲର , ଅଙ୍ଗନବାଡ଼ି କର୍ମୀ ପ୍ରଭୃତି ସ୍ବାଗତ ସମ୍ବର୍ଦ୍ଧନା କରି ଅହିଂସା ରଥକୁ ପାଛୋଟି ନେଇଥିଲେ । ପରେ ବସଷ୍ଟାଣ୍ଡରେ ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ସ୍ମୃତି ଚାରାଣ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here