ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହେଲେ ଓଡ଼ିଆ ଝିଅ ମୋନିକା

0
327

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ତିତ ମୋନିକା ହେଉଛନ୍ତି ଉପାନ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଝିଅ, ବାପା ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିତା ପଣ୍ଡାଙ୍କ ଏକମାତ୍ର ଝିଅ ହେଉଛନ୍ତି ମୋନିକା । ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ୫୦ଜଣ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋନିକା ୨ୟ ରନର୍ସଅପ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ଏଣୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଟାଇଟଲ ହାସଲ କରିବା ପରେ ମୋନିକା ନିଜ ସଫଳତାର ଶ୍ରେୟ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ।ସେ ପିଲାଟି ଦିନରୁ ଜଣେ ନୃତ୍ୟାଙ୍ଗନା ହେବାର ସ୍ବପ୍ନ ଦେଖିଥିଲେ । ଝିଅର ଏହି ଆଗ୍ରହକୁ ଦେଖି ବାପା ଓ ମା’ମଧ୍ୟ ତାଙ୍କୁ ସେ ଦିଗରେ ପ୍ରୋତ୍ସାହିତ କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ କରୋନା ପାଇଁ ସାର ଦେଶ ଲକଡାଉନ ଲାଗୁ ହେବା ଯୋଗୁଁ ସେ ନୃତ୍ୟ ଶିଖିବାକୁ ଯାଇ ପାରିନଥିଲେ । ଘରେ ରହି କିଛି ସମୟ ଅଭ୍ୟାସ କରିବା ପରେ ବଳକା ସମୟ ବିଭିନ୍ନ ସୋସିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖିବାକୁ ବାଧ୍ୟ ହୋଇଥିଲେ ।
ଏହି ସମୟରେ ସେ ସୁନ୍ଦରୀ ପ୍ରତିଯୋଗିତା ହେଉଥିବା କଥା ଜାଣିବାକୁ ପାଇଥିଲେ । ଏହାପରେ ସେ ଏଥିରେ କିଭଳି ସଫଳ ହେବେ ସେହି ବିଷୟରେ ପ୍ରସ୍ତୁତି ଆରମ୍ଭ କରିବା ସହ ସୁନ୍ଦରୀ ପ୍ରତିଯୋଗିତାରେ ସଫଳ ହେବାର ସ୍ବପ୍ନ ସାକାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ଏଥିପାଇଁ ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ । ସେଠାରୁ ଡକରା ଆସିବା ପରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ସ୍ଥାନରୁ ୫୨ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ଓଡିଶାରୁ ୨ଜଣ ପ୍ରତିଯୋଗୀ ରହିଥିଲେ ।
କୁଇଜ୍, ନୃତ୍ୟ, ସୁନ୍ଦର ବେଶ ପୋଷାକ ଆଦି ବିଭିନ୍ନ ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦ୍ବାରା ସେ ଏହି ସଫଳତା ପାଇଥିବା କହିଛନ୍ତି । ଦୀର୍ଘ ଦିନର ପ୍ରୟାସ ପରେ ଆଜି ମୋନିକାଙ୍କୁ ମିଳିଛି ଏହି ସଫଳତା । । ଏହା ସହ ସେ ନିଜ ପାଠପଢାରେ ମଧ୍ୟ ସମୟ ଦେଉଛନ୍ତି ଏବଂ ସେଥିରେ ମଧ୍ୟ ଯେମିତି ଭଲ କରିପାରିବେ ସେଥିପଇଁ ପ୍ରୟାସ କରଥିବା କହିଛନ୍ତି ମୋନିକା । ସେ ଭବିଷ୍ୟତରେ ଜଣେ ଅଭିନେତ୍ରୀ ସହ ନିଜର ପରିବାର ପ୍ରତିପୋଷଣ ପାଇଁ ଭଲ ଚାକିରି କରିବା ପାଇଁ ଆଶା ରଖିଥିବା ସେ କହିଛନ୍ତି ।ମୋନିକା ଏହି ସଫଳତାର ଶ୍ରେୟ ନିଜ ବାପା, ମା ଏବଂ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି । ସାଙ୍ଗମାନେ ମଧ୍ୟ ତାଙ୍କୁ ବହୁତ ପ୍ରୋତ୍ସାହିତ କରିଥିବା କହିଛନ୍ତି ମୋନିକା । ପରିବାର ଲୋକେ ମୋତେ ସ୍ବାଧୀନତାର ସହ କାମ କରିବାକୁ ସୁଯୋଗ ଦେଇଥିବାରୁ ସେ ଏହି ସଫଳତା ପାଇ ପାରିଥିବା କହିଛନ୍ତି । ଝିଅର ଏହି ସଫଳତାକୁ ନେଇ ଉଭୟ ବାପା ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ମାତା ରଶ୍ମିତା ପଣ୍ଡା ଖୁସି ପ୍ରକାଶ କରିବା ସହ ଏହି ଲାଇନରେ ସେ ଆହୁରି ଆଗକୁ ଯାଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।ମୋନିକାର ଏହି ସଫଳତା ତାଙ୍କ ପାଇଁ ଗର୍ବ । ପିଲାଟି ବେଳରୁ ସେ ଯାହା କରିବା ପାଇଁ ଚାହିଁଛି ସ୍ବାଧୀନତାର ସହ କରିବାକୁ ପିତାମାତା ପ୍ରଶୟ ଦେଇଆସିଥିବା କହିଛନ୍ତି । ଏଣୁ ଆଗାମୀ ଦିନରେ ବି ସେ ଯାହା କରିବାକୁ ଚାହିଁବ ସେମାନେ ସେଥିରେ କୌଣସି ବାଧକ ନହୋଇ ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି । ମୋନିକାଙ୍କ ଏହି ସଫଳତା ପାରଳାଖେମୁଣ୍ଡି ସହର ତଥା ଓଡିଶା ପାଇଁ ଏକ ଗୌରବର କଥା । ଏଣୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here