ଦାରିଙ୍ଗବାଡି ଆମ ପୁଲିସ ସମିତି ତରଫରୁ ରକ୍ତଦାନ ଶିବିର: ୧୧୪ୟୁନିଟ ରକ୍ତ ସଂଗ୍ରହ

0
246

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ପୁଲିସ ତରଫରୁ ଦାରିଙ୍ଗବାଡି ଥାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ ହୋଇଥିବାବେଳେ କନ୍ଧମାଳ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ପୋଲିସ ବାହିନୀ ସମେତ ସ୍ଥାନୀୟ ଅଞ୍ଚଳର ୧୧୪ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଶିବିରରେ ଫୁଲବାଣୀ ବ୍ଲଡ ବ୍ୟାଙ୍କ ଅଫିସର ତଥା ଡାକ୍ତର ଜୟଦୀପ ଘୋଷଙ୍କ ସମେତ ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର ଦଣ୍ଡସେନା , ଫୁଲବାଣୀ ବ୍ଲଡ଼ ଡୋନେସନ ସୋସାଇଟିର ସମ୍ପାଦକ ତଥା ବିଶଷ୍ଟ ରକ୍ତଦାତା ପ୍ରଶାନ୍ତ ବେହେରା, ଏଲ.ଟି ତୁଷାରକାନ୍ତ ପ୍ରଧାନ, ସୁଜିତ କୁମାର ସାହୁ, ପ୍ରଶାନ୍ତ ରାମୁଲୁ, ବରୁଣ ବେହେରାଙ୍କ ସହିତ ବ୍ଲଡ଼ ବ୍ୟାଙ୍କ ଷ୍ଟାଫ ଦୀନକୃଷ୍ଣ ମହନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପୁଲିସ ତରଫରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ଦାରିଙ୍ଗବାଡି ଥାନା ସବ-ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା,ସୌମ୍ୟରଞ୍ଜନ ଜେନା,ପ୍ରହ୍ଲାଦ କହଁର,ଏ.ଏସ.ଆଇ ସୁବାସ ଚନ୍ଦ୍ର ନାଏକ, ଅର୍ଜୁନ ଶବର, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିବାବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍ଟ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here