ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅମଲା ମାନଙ୍କର ବୈଠକ

0
283

ବ୍ରହ୍ମପୁର: ଗତ ୦୧ ଅପ୍ରେଲ ୨୦୨୨ ଦିନ ମା’ ତାରା ତାରିଣୀ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅମଲା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଗଠନର ଦାୟିତ୍ୱ ଶ୍ରୀ ପ୍ରଦୀପ କୁମାର ପୋଲାଇ ନେଇଥିଲେ ଏବଂ ଶ୍ରୀମତୀ ଉଷାରଣୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ମୋଟ ୪୦ ଜଣ ଅମଲାଙ୍କ ମଧ୍ୟରୁ ୩୫ ଜଣ ଯୋଗ ଦେଇଥିଲେ । ଏହି ବୈଠକରେ ସମସ୍ତ ଅମଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତିକୁ ହଟାଇବା ନିମନ୍ତେ ଦୃଡ଼ ସଂକଳ୍ପ ନେଇଥିଲେ । ସିଡିଏମଓଙ୍କୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଅନୁରୋଧ କରିଥିଲେ ଦାବି ଗୁଡିକ ପୁରଣ ହୋଇଗଲେ ଦୁର୍ନୀତି ହଟିଯିବ । ସିଡିଏମଓ ଦାବିପତ୍ର ଗ୍ରହଣ କରି ପ୍ରଥମ ୭ଟି ଦାବିକୁ ୩୦.୦୪.୨୦୨୨ ସୁଧା ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଅମଲା ମାନଙ୍କ ଦୁର୍ନୀତି ବରୋଧୀ ପ୍ରସ୍ତାବକୁ ଉଚ୍ଚ ପ୍ରସଂଶା କରିଥିଲେ ଏବଂ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here