କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ 

0
277

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ୟୁନିୟନ ବ୍ୟାଙ୍କ ଆତ୍ମନିଯୁକ୍ତି ପ୍ରଶିକ୍ଷିତ ସମ୍ମିଳନୀ କକ୍ଷରେ ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର  ଉଦଘାଟନ ସଭା ତାରିଖ ୧୮.୦୪.୨୦୨୨ ଦିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୦ ଜଣ ମହିଳା ଓ ପୁରୁଷ ତାଲିମ ନେବେ । ଉଦଘାଟନ ସଭାରେ ଉପ ଜିଲ୍ଲା ପଶୁଧନ ଅଧିକାରୀ ଶ୍ରୀ ରମାକାନ୍ତ ରଣା ମୁଖ୍ୟ ଅତିଥି  ଏବଂ  ଜିଲ୍ଲା ଲିଡ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଅନୁଷ୍ଠାନର ନିର୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here