ଗଜପତି ଗସ୍ତରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ

0
282

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପରିଷଦ ସମ୍ମାନିତ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ନୀତି ଆୟୋଗଙ୍କ ଦ୍ବାରା ନିର୍ଦ୍ଧାରିତ ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଯୋଗାଇ ଦେଇଥିବା ଅର୍ଥ ସଠିକ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ ଏବଂ ଲୋକେ ଏହାର ସୁଫଳ ପାଇଛନ୍ତି କି ନାହିଁ ତାହାର ସମୀକ୍ଷା ନିମନ୍ତେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଏବଂ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଗସ୍ତରେ ଆସି ଆନୁଷ୍ଠାନିକ ଭାବେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମଙ୍ଗଳବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଯେଉଁ ପ୍ରକାରର ଉନ୍ନୟନ କାର୍ଯ୍ୟ ଚାଲିଛି ତାହାକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । କିଛି ଯୋଜନାରେ ଜିଲ୍ଲା ପ୍ରଶାସନ ବହୁତ ଭଲ କାମ କରିଛନ୍ତି । କିନ୍ତୁ ଆଉ କେତେକ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଯେଉଁ ସବୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ସେଥିପାଇଁ ତାହା କାର୍ଯ୍ୟକାରୀ କରିବାରେ ଅସୁବିଧା ହୋଇଥିବା ଜଣାପଡିଛି । ତେବେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏହାର ସମାଧାନ କିଭଳି  ଭାବରେ ହୋଇପାରିବ ଏବଂ ଲୋକଙ୍କ ନିକଟରେ କିପରି ସରକାରୀ ଯୋଜନା ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ହେବାର ଆବଶ୍ୟକତା ରହିଛି ।
ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ପ୍ରତିଶୃତିବଦ୍ଧ । ଏଥିପାଇଁ ଅପର୍ଯ୍ୟାପ୍ତ ଟଙ୍କା ରହିଛି । ତଥାପି ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୪୬ ପ୍ରତିଶତ ଲୋକଙ୍କ ନିକଟରେ ହିଁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିଛି । ତେଣୁ ଅନ୍ୟମାନଙ୍କ ନିକଟରେ କିଭଳି ଶୀଘ୍ର ଏହା ପହଞ୍ଚିବ ତାହା ଉପରେ କାର୍ଯ୍ୟ କରିବା ଆବଶ୍ୟକ । ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରିବା ସହ ଲୋକଙ୍କୁ ସ୍ବଚ୍ଛ ପ�

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here