ଆସିକା ପୋଲିସର ପ୍ରଶଂସନୀୟ କାର୍ଯ୍ୟ

0
394

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ) କରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନ ବ୍ୟାପି ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଦୋକାନ ବଜାର ସମ୍ପର୍ଣ୍ଣ ରୁପେ ବନ୍ଦ ରହିଥିବା ବେଳେ ଏହି ଅଞ୍ଚଳର ଭିକ୍ଷୁକ,ମାନସିକ ବିକାର ଗ୍ରସ୍ତ,ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ପାଇବା କଷ୍ଟ ସାଧ୍ୟ ହୋଇଥିବା ଦେଖା ଦେଇଥିଲା |ଏଥି ପ୍ରତି ଧ୍ୟାନ ଦେଇ ଆସିକା ପୋଲିସ ପକ୍ଷରୁ ଏହିମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା l ଚଉଦ ଦିନ ବ୍ୟାପି ହେବାକୁ ଥିବା ଏହି ଲକଡାଉନ ସମୟରେ ପ୍ରତ୍ୟେକ ଦିନ ଅସହାୟ ମାନଙ୍କୁ ଦୁଇ ବେଳା ଖାଦ୍ୟ ସେମାନଙ୍କ ନିକଟରେ ପହଞ୍ଚାଇବା ନେଇ ଲକ୍ଷ୍ୟ ରଖାଯାଇଥିବା ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି l ପୋଲିସର ଏଭଳି କାର୍ଯ୍ୟକୁ ଅଞ୍ଚଳରେ ଢେର ପ୍ରସଂଶା କରାଯାଉଛି

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here