ରଙ୍ଗେଈଲୁଣ୍ଡା ପଞ୍ଚାୟତ ସମିତିର ପୂର୍ବତନ ଉପାଧକ୍ଷ ଙ୍କ ମାତୃ ବିୟୋଗ

0
438

ବ୍ରହ୍ମପୁର: ରଙ୍ଗେଈଲୁଣ୍ଡା ପଞ୍ଚାୟତ ସମିତିର ପୂର୍ବତନ ଉପାଧକ୍ଷ ତଥା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାଶଙ୍କ ମାତା ତଥା ପୂର୍ବତନ ସରପଞ୍ଚ ରଘୁନାଥ ଦାସ ଙ୍କ ଧର୍ମ ପତ୍ନୀ ପଙ୍କଜଵାଳା ଦାଶଙ୍କ ଆଜି ଆପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଯାଇଛି। ସେ ଜଣେ ପରୋପକାରୀ ମହିଳା ଥିଲେ. ତାଙ୍କର ଅକସ୍ମାତ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳେଇ ଦେଇଛି।ମୃତ୍ୟ ବେଳକୁ ତାଙ୍କ ନିକଟରେ ବଡ଼ ପୁଅ ଅରୁଣ, ଅଜିତ ଓ ଅମିତ ଦାସ ଉପସ୍ଥିତ ଥିଲେ।ଖବର ପାଇ ବ୍ଲକ ଚେୟାରମ୍ୟାନ ସି ହେଚ ଉଷା, ଡିଆରଡିଏ ଭାଇସ ଚେୟାରମ୍ୟାନ ରାଜେଶ୍ୱରୀ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ,ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନେକ ପଂଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଶେଷ ଦର୍ଶନ କରିଥିଲେ।ତାଙ୍କ ପାର୍ଥିବ ଶରୀର କୁ ପୁରୀ ସ୍ବର୍ଗ ଦ୍ୱାର କୁ ନିଆଯାଇଥିବା ସୂଚନା ମିଳିଛି।ତାଙ୍କ ନିଧନ ରେ ସ୍ଥାନୀୟ ଅଂଚଳ ର ଅପୁରଣୀୟ କ୍ଷତିଘଟିଛି ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ନିଜ ଶୋକ ବାର୍ତା ରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here