ହୋମ ଓ ପୂଜାର୍ଚ୍ଚନା ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ

0
492

ପୋଲସରା : ହୋମ ଓ ପୂଜାର୍ଚ୍ଚନା କରିବା ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା। ସନ୍ତୋଷ ବାବୁ ଉପାଧ୍ୟକ୍ଷ ହେବା ପୂର୍ବରୁ ପୋଲସରା ନଗର ଯୁବ ବିଜେଡିର ସଭାପତି ସହ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟରେ ବିଧାୟକ ଶ୍ରୀକାନ୍ତ ସାହୁ ଯେଉଁ ସବୁ ଦାୟିତ୍ୱ ଦେଇଥାନ୍ତି ସେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରିଥିବା ଯୋଗୁଁ ବିଧାୟକ ତାଙ୍କୁ ଉପାଧ୍ୟକ୍ଷ ପଦବୀରେ ବସାଇଥିବା ଶୁଣାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବିଧାୟକ ମହୋଦୟଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବ ଙ୍କ ପ୍ରେରଣା ପାଇ ସେ ଜନସେବାରେ ବ୍ରତୀହେବେ ବୋଲି ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ନିଜ ଉପାଧ୍ୟକ୍ଷ କାର୍ଯ୍ୟାଳୟରେ ପ୍ରବେଶ ସମୟରେ ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଓ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବିଜେଡ଼ିର ସମସ୍ତ ୧୧ ଜଣ କାଉନସିଲର ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here