ପିଭିଆର ସିନେମା ପକ୍ଷରୁ ଓଡିଶାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ

0
257

ରାଉରକେଲା: ଭାରତର ସର୍ବବୃହତ ତଥା ଅତ୍ୟନ୍ତ ପ୍ରିମିୟମ ଚଳଚ୍ଚିତ୍ର ପ୍ରଦର୍ଶନୀ କମ୍ପାନୀ, ପିଭିଆର ସିନେମା ପକ୍ଷରୁ ଓଡିଶାର ରାଉରକେଲାଠାରେ ଏହାର ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଫୋରମ ଗ୍ୟାଲେରିଆ ମଲ୍ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା ଏହି ୬-ସ୍କ୍ରିନ ର ପ୍ରପର୍ଟି ଶ୍ରେଷ୍ଠ ଥିଏରିଟରିକାଲ ସମାଧାନ ଏବଂ ଅନେକ ଅତ୍ୟାଧୁନିକ ଆତିଥ୍ୟ ସେବା ସହିତ ବ୍ୟବସ୍ଥିତ ହୋଇଛି । ଯାହାଦ୍ୱାରା ଦର୍ଶକଙ୍କୁ ଏକ ଚିତାକର୍ଷକ ଏବଂ ବାଧାରହିତ ସିନେମାଟିକ ଅନୁଭୂତି ପ୍ରଦାନ କରାଯାଇପାରିବ । ଏହି ଶୁଭାରମ୍ଭ ସହିତ ପିଭିଆର ସିନେମା ଓଡିଶାରେ ପ୍ରବେଶ କରିଛି ଏବଂ ୫ଟି ରାଜ୍ୟରେ ୧୨ଟି ପ୍ରପର୍ଟିରେ ୫୧ଟି ସ୍କ୍ରିନ ସହିତ ପୂର୍ବାଂଚଳରେ ଏହାର ଉପସ୍ଥିତି କୁ ଦୃଢ଼ କରିଛି ।
ଓଡିଶାର ଷ୍ଟିଲ ସିଟି ବା ଇସ୍ପାତ ସହରରେ ରହିଥିବା ଏହି ନୂତନ ମଲଟିପ୍ଲେକ୍ସରେ ୯୮୭ ସିଟ୍ କ୍ଷମତା ଏବଂ ଏହାର ଶେଷ ଧାଡିରେ ଅତିଥିମାନଙ୍କୁ ଆରାମପ୍ରଦାନ କରିବା ପାଇଁ ଲେଦରେଡ ଅପହୋଲେଷ୍ଟ୍ରି, ୟୁଏସବି ଚାର୍ଜର, ଡାଇନ ପାଇଁ ସ୍ୱିଭେଲ ଟେବଲ ରହିଛି । ଆହୁରି ମଧ୍ୟ,ଆରାମଦାୟକ ରିକ୍ଲାଇନର ବିଳାସପୂର୍ଣ୍ଣତାରେ ପରସାଯାଉଥିବା ସୁସ୍ୱାଦୁ ବ୍ୟଞ୍ଜନର ଏକ ବିସ୍ତୃତ ଶୃଙ୍ଖଳ ରହିଛି, ଯାହା ଏହି ମଲଟିପ୍ଲେକ୍ସ ର ସ୍ୱତନ୍ତ୍ର ଅଫରିଙ୍ଗକୁ ବଢ଼ାଇଦେଉଛି । ରାଉରକେଲା ସହରର ମଧ୍ୟ ଭାଗରେ ସ୍ଥିତ ଏହି ମଲଟିପ୍ଲେକ୍ସ ବିସ୍ତୃତ କନେକଟିଭିଟି ଏବଂ ସିନେମାପ୍ରେମୀମାନଙ୍କୁ ସହଜରେ ପହଂଚିବାର ସୁବିଧାକୁ ନିଶ୍ଚିନ୍ତ କରୁଛି । ୬-ସ୍କ୍ରିନ ବିଶିଷ୍ଟ ଏହି ମଲଟିପ୍ଲେକ୍ସରେ ଶ୍ରେଷ୍ଠ ସିନେମାଟିକ ପ୍ରଯୁକ୍ତି ତଥା ଅଲଟ୍ରା-ହାଇ ରିଜଲ୍ୟୁସନ ଏବଂ ଉଜ୍ୱଳ ଇମେଜ ପାଇଁ ୨କେ ଆରଜିବି ପ୍ଲସ ଲେଜର ପ୍ରୋଜେକ୍ଟର, ଗଭୀର ୩ଡି କଂଟେଟ ପାଇଁ ନେକ୍ସଟ-ଜେନ ୩ଡି ସ୍କ୍ରିନ ଏବଂ ଅତୁଳନୀୟ ସାଉଣ୍ଡ ଅନୁଭୂତି ପାଇଁ ଡଲବି ୭.୧ ରହିଛି ।
ଏହି ପିରପ୍ରେକ୍ଷୀରେ ପିଭିଆର ଲିଃର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ ବିଜଲି କହିଛନ୍ତି ଯେ, “ଆମର ପ୍ରୟାସ ହେଉଛି ସାରା ଦେଶରେ ସିନେପ୍ରେମୀଙ୍କ ପାଇଁ ନୂତନ ଅନୁଭୂତି ଏବଂ ଉଦ୍ଭାବନ ପ୍ରସ୍ତୁତ କରିବା । ଓଡିଶାରେ ପିଭିଆର ସିନେମାର ଶୁଭାରମ୍ଭ କରିବାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ, ଯାହାକି ମେଟ୍ରୋ ସହରରେ ଆମ୍ଭମାନଙ୍କର ଉପସ୍ଥିତିକୁ ସୁଦୃଢ କରୁଛି । କ୍ଷୁଦ୍ର ସହରଗୁଡିକରେ ବୃହତ-ସ୍କ୍ରିନର ଚାହିଦାକୁ ପୂରଣ କରିବା ପାଇଁ ଆମେ କାର୍ଯ୍ୟରତ । ଆମେ ଆମର ଦର୍ଶକମାନଙ୍କୁ ଏକ ଅତୁଳନୀୟ ସିନେମା ଅନୁଭୂତି ପାଇଁ ଆମର ସୁରକ୍ଷିତ ଏବଂ ନିରାପଦ ମଲଟିପ୍ଲେକ୍ସକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛୁ ।”
ଏହି ସମ୍ବନ୍ଧରେ ପିଭିଆର ଲିଃର ଚିଫ ଗ୍ରୋଥ ଏବଂ ଷ୍ଟ୍ରାଟଜି ଅଫିସର, ଶ୍ରୀଯୁକ୍ତ ପ୍ରମୋଦ ଆରୋରା କହିଛନ୍ତି ଯେ, “ବିଶ୍ୱର ଆତିଥ୍ୟ ରାଜଧାନୀ ଭାବରେ ଭାରତ ଦ୍ରୁତ ଗତିରେ ବିକଶିତ ହେଉଛି ଏବଂ ପିଭିଆର ରେ ଆମେ ଆମର ପୃଷ୍ଠପୋଷକମାନଙ୍କ ପାଇଁ ସିନେମା ଅନୁଭୂତିକୁ ପୁନଃଉଦ୍ଭାବନ ଏବଂ ପୁନଃନିର୍ଦ୍ଧାରଣ କରିବାର ପ୍ରୟାସ କରୁଛୁ । ରାଉରକେଲାର ଫୋରମ ମଲଠାରେ ଏହାର ଶୁଭାରମ୍ଭ ସହିତ ପୂର୍ବଭାରତରେ ପଦାର୍ପଣ କରି, ଆମେ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଏବଂ ରାଉରକେଲାରେ ଅଧିକ ମଲଟିପ୍ଲେକ୍ସ ଖୋଲିବା ସହିତ ଓଡ଼ିଶାରେ ଆମର ଉପସ୍ଥିତି ବିସ୍ତାର କରିବାକୁ ଅପେକ୍ଷା କରିଛୁ । ଆମର ଗ୍ରାହକମାନଙ୍କୁ ଏଫ ଆଣ୍ଡ ବିର ଅଫର ସହିତ ହଲିଉଡ, ବଲିଉଡ ଏବଂ ଆଂଚଳିକ ସିନେମାରେ ଶ୍ରେଷ୍ଠତା ପ୍ରଦାନ କରିବା ପାଇଁ ଆେମ୍ଭେମାନେ ଉଚ୍ଛୁକ ଏବଂ ଘରୋଇ ମନୋରଞ୍ଜନ ବ୍ୟତୀତ ସେମାନଙ୍କ ପସନ୍ଦଯୋଗ୍ୟ ବିକଳ୍ପ ହେବାକୁ ଆମେ ଆଶା କରୁଛୁ ।”
ଏହି ଶୁଭାରମ୍ଭ ସହିତ, ପିଭିଆର ୨୦୨୨-୨୩ ଆର୍ଥିକ ବର୍ଷରେ ୭୪ ସହରରେ (ଭାରତ ଏବଂ ଶ୍ରୀଲଙ୍କାରେ) ୧୭୩ ମଲଟିପ୍ଲେକ୍ସ ରେ ୮୫୪ଟି ସ୍କ୍ରିନ ସହିତ ଏହାର ବିକାଶକୁ ସୁଦୃଢ କରିଛି ।

LEAVE A REPLY

Please enter your comment!
Please enter your name here