ମହୁରିକାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

0
313

ବ୍ରହ୍ମପୁର: ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବାଲିପଡ଼ା ସ୍ଥିତ ମହୁରୀକାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଷ୍ଟଦିନ ବ୍ୟାପି ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ଚାଲିଥିବାବେଳେ ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ରାଜନୈତିକ ପ୍ରଫେସର୍ ଡ଼ଃ ବିଷ୍ଣୁ ଚରଣ ଚୌଧୁରୀ ଏବଂ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଛାତ୍ରୀ ସମାଜ ନିଜେ ଏବଂ ସମାଜର ଅନ୍ୟମାନଙ୍କୁ ସଚେତ ଏବଂ ସୁରକ୍ଷିତ ରଖିବାର ପ୍ରତିଜ୍ଞା ବଦ୍ଧ ରହିବାକୁ ଆହ୍ବାନ ଦେଇଥିଲେ । ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପକ ସର୍ବଶ୍ରୀ ଡ଼ଃ ପ୍ରସନ୍ନ କୁମାର ବିଷୋୟୀ, ଉମେଶ କୁମାର ପାତ୍ର ମଞ୍ଚାସିନ ଥିଲେ | ଅଧ୍ୟାପକ ଡ଼ଃ ଦୈତ୍ୟାରି ବେଜ ସ୍ବାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ଶ୍ରୀ ଉମେଶ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ | ଅଧ୍ୟାପକ ସର୍ଵଶ୍ରୀ ସନ୍ତୋଷ କୁମାର ବେହେରା, ସୁଦାମ ଚରଣ ସାହୁ, ଏ ସତ୍ୟନାରାୟଣ ସେନାପତି, ଡ଼ଃ ଶିବାନନ୍ଦ ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା, କର୍ମଚାରୀ ସମୂହ ପି.ଅକ୍ଷୟ କୁମାର ପାତ୍ର, ସୁରେନ୍ଦ୍ର ବେହେରା, ଅଭୟ ସେଠୀ, ଶଙ୍କର ବେହେରା ସହଯୋଗ କରିଥିଲେ | ଶ୍ରୀମତୀ ଆଶାଲତା ଜେନାଙ୍କ ପ୍ରତ୍ୟକ୍ଷ ଦିଗ୍ ଦର୍ଶନରେ ମାଷ୍ଟର ତାଲିମ୍ ଦାତ୍ରି ଭାବେ ସୁଶ୍ରୀ ଚାନ୍ଦନି ପ୍ରଧାନ, ଖେମୁଣ୍ଡି ମହାବିଦ୍ୟାଳୟ ଏବଂ ସାଗରିକା ମହାଙ୍କୁଡ, କଙ୍କୋରଡ଼ା ମହାବିଦ୍ୟାଳୟ ଯୋଗ ଦେଇଥିଲେ | ସର୍ବଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here