ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ କୈଳାଶ ରଣା

0
424

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ପଦ ପାଇଁ ଗୁରୁବାର ଦିନ ବ୍ରହ୍ମପୁର ହିଲପଟଣା ସ୍ଥିତ ସମବାୟ କାର୍ଯ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏହି ନିର୍ବାଚନରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ପୂର୍ବତନ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ କୈଳାଶ ରଣା ପାର୍ଥି ପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ଛତ୍ରପୁର ଅଞ୍ଚଳର ଏ.ଖଲି ରେଡି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।କିନ୍ତୁ କୌଣସି କାରଣରୁ ଖଲି ରେଡିଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା ।ଫଳରେ କୈଳାଶ ରଣା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । କୈଳାଶ ରଣାଙ୍କ ଏଭଳି ବିଜୟ ହାସଲକୁ ବିଭିନ୍ନ ମହଲରୁ ସ୍ୱାଗତ ଜଣାଇବା ସହ ସେ ଜଣେ ସୋଚଟ ବ୍ୟକ୍ତି ଅଟନ୍ତି, ଯାହା ପାଇଁ ସେ ଆଜି ଏହି ସଭାପତି ପଦ ପାଇବା ପାଇଁ ଯୋଗ୍ୟ ଅଟନ୍ତି ।ଶ୍ରୀ ରଣା ନିର୍ଦ୍ୱନ୍ଦରେ ସଭାପତି ହୋଇଥିବାରୁ ଜିଲ୍ଲା ବିଜେଡିରେ ଖୁସିର ଲହରୀ ଖେଳିଯାଇଛି ।ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଅଜୟ ମହାରଣା,ଭୀମସେନ ଦଳେଇ,ଦୁର୍ଗା ପ୍ରସାଦ ପଣ୍ଡା,ନରସିଂହ ସାହୁ,କାନ୍ହୁ ଚରଣ ପାତ୍ର,ସୂର୍ଯ୍ୟକାନ୍ତ ପରିଡା,କେ.ମଣି ବାବୁ,ବୃନ୍ଦାବନ ଖଟେଇ,ଶିବରାମ ପାତ୍ର,ଦଣ୍ଡ ପାଣି ସାହୁ,ପ୍ରତାପ କୁଠିଆ,ଜଗନ୍ନାଥ ସାବତ,ବଶିଷ୍ଠ ଜେନା,ପ୍ରକାଶ ରଣା,ଭବାନୀ ଶଙ୍କର ବିଶ୍ୱାଳ,ମୁନା ପାଢ଼ୀ,ସୀମାଞ୍ଚଳ ପାଢ଼ୀ,ହୀନ ବେହେରା ଓ ମୁନା ଜେନା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here