ମଥୁରା ଗ୍ରାମବାସୀଙ୍କ ଇଚ୍ଛାକୁ ପୂରଣ କଲେ ବିଧାୟକ

0
170

ପୋଲସରା :ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗସ୍ତରେ ଯାଇ ଜନସାଧାରଣଙ୍କ ଇଚ୍ଛାକୁ ପୁରଣ କରିଥିବା ଜଣାପଡିଛି। ମଥୁରା ଗ୍ରାମବାସୀ ପ୍ରାୟ ଏକ ବର୍ଷ ହେଲା ଶାସ୍ମାନ ନିକଟରେ ହାଇମାକ୍ସ ଲାଇଟ ଲଗାଇବା ପାଇଁ ପୁରୁଷୋତ୍ତମପୁର ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ପୋଲସରା ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ମଥୁରା ପଞ୍ଚାୟତର ନାଏବ ସରପଞ୍ଚଙ୍କ ମାତାଙ୍କ ମୃତ୍ୟୁ ହେବା ଯୋଗୁଁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଥୁରା ଯାଇ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଏଥିସହ ବିଧାୟକ ଶ୍ରୀ ସାହୁ ଗ୍ରାମବାସୀଙ୍କ ସହ ଅଭାବ ଅସୁବିଧା ନେଇ ଆଲୋଚନା କରିଥଲେ। ଲୋକମାନେ ସେମାନଙ୍କ ଗ୍ରାମର ପାଟଣା ସାହି ମଶାଣି ନିକଟରେ ହାଇମାକ୍ସ ଲାଇଟ ଲଗାଇବା ପାଇଁ ବିଦ୍ୟୁତ ବିଭାଗକୁ ଦରଖାସ୍ତ ଦେଇ ବାରମ୍ବାର ଦାବି ଜଣାଇଲେ ମଧ୍ୟ କେହି ଶୁଣୁନଥିବା କହିଥିଲେ। ବିଧାୟକ ଶ୍ରୀ ସାହୁ ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ଫୋନ କରି ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ କହି ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ଖୁବ ଶୀଘ୍ର କାମ କରିବାକୁ ପ୍ରତିଶୃତି ଦେଇଥିଲେ। ଯାହା ଦ୍ୱାରା ଗ୍ରାମବାସୀଙ୍କ ଇଚ୍ଛା ପୁରଣ ହେବା ସହ ଶାସ୍ମାନରେ ସର୍ପମାନଙ୍କ ଭୟ ଦୂର ହୋଇପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here