ପାତ୍ରପୁର ବ୍ଲକ ବୁଦାଗଡରୁ ୧୧ ଫୁଟର ଅହିରାଜ ଉଦ୍ଧାର

0
273

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗି ସେକ୍ସନର ବୁଦାଗଡ ଗ୍ରାମରୁ ୧୧ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ସେହି ଗ୍ରାମର ଗୌଡସାହିରେ ଦୁଇ ଗୋଟି ଅହାରାଜ ସାପ ଖେଲୁଥିବାର ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ସେହି ସ୍ଥାନରେ ପହଞ୍ଚିଥିଲେ । ଉଦ୍ଧାରକାରୀ ଟିମ ପହଞ୍ଚିବା ସମୟରେ ଗୋଟିଏ ସାପ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ନଳାରେ ପଶି ଯାଇଥିଲା । ଅନ୍ୟପଟେ ସେଠାରେ ବୁଲୁଥିବା ଅହିରାଜ ସାପଟିକୁ କୌଶଳକ୍ରମେ କାବୁ କରିଥିଲେ ବନ ବିଭାଗ କର୍ମଚାରୀ । ନଳାରେ ଫଶିଥିବା ସାପଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ଦୁଇ ଘଣ୍ଟାରୁ ସମୟ ଅପେକ୍ଷା କରିଥିବା ବେଳେ ଘର ମାଲିକ ବାହାରେ ରହୁଥିବାରୁ ସାପଟିକୁ ଉଦ୍ଧାର କରି ନପାରି ନିରାସ ହୋଇ ଫେରିଥିଲେ । ଉଦ୍ଧାର ଅହିରାଜ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଳ ମଧ୍ୟରେ ଛଡା ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ ଜିତେନ୍ଦ୍ର ଦାସ, ତରୁଣ ଶବର, ସନ୍ତୋଷ ବେହେରା, ସରତ ପାଇକ ପ୍ରମୁଖ ନିୟୋଜିତ ଥିଲେ ।

LEAVE A REPLY

Please enter your comment!
Please enter your name here