ବେଆଇନ ନାବାଳିକା ଝିଅର ବିବାହ ବନ୍ଦ କଲା ପ୍ରଶାସନ l

0
460

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା ) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଉକ୍ତ ଗ୍ରାମ ର ଜଣେ ନାବାଳିକା ଝିଅ ମିକିନ (ଛଦ୍ମନାମ ୧୬) ସଣ୍ଡମୂଳ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଅଟେ । ତାହାର ବାହାଘର ନିକଟସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ଵର ଅନ୍ତର୍ଗତ ବାକୁଟୁଗାଁ ରେ ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ଆଜି ତାହାର ବିବାହ ହୋଇଥାନ୍ତା । ଏଥି ନିମନ୍ତେ ଭୋଜିଭାତ ସବୁ ସରିଥିଲା କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସି ଡି ପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଚାଇଲ୍ଡ ହେଲ୍ପଲାଇନ ବ୍ରହ୍ମପୁର ସାଇ ପ୍ରସାଦ ସାମଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ, ସି ଆର୍ ସି ସି ରବୀନ୍ଦ୍ର ନାଥ ମହାରଣା, ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ, ବେଗୁନିଆପଡ଼ା ଫାଣ୍ଡି ପୋଲିସ ର କର୍ମକର୍ତ୍ତା ପ୍ରମୂଖ, ଉକ୍ତ ନାବାଳିକା ଘରେ ପହଂଚି ବୟସ ହୋଇନାହିଁ ବୋଲି କହି ବିବାହ ବନ୍ଦ କରିବା ସହ ଝିଅର ବାପାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ଦସ୍ତଖତ କରି ନେଇଛନ୍ତି l ସେପଟେ ବର ପକ୍ଷରୁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଏହି ଘଟଣା ପରେ ସମସ୍ତେ ଚିନ୍ତାଗ୍ରସ୍ତ ହେବା ସହ ଝିଅ କୁ ବୟସ ହୋଇସାରିବା ପରେ ସେ ସେଇଠାରେ ହିଁ ବିବାହ କରିବା ପାଇଁ ସ୍ଥିର ହୋଇଛି l

LEAVE A REPLY

Please enter your comment!
Please enter your name here