ନୂଆଁଗଡ଼ରେ ହନୁମାନ ଜୟନ୍ତୀ ପାଳିତ

0
252

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଶା ପାଠ ଓ ହୋମ, ପୂଜାର୍ଚ୍ଚନା ଆଦି କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପୂଜା ହୋମ ଆଦି କାର୍ଯ୍ୟକ୍ରମ ରେ ପୁରୋହିତ ଭାବେ ଶ୍ରୀ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ଆରତ ବେହେରା କାର୍ଯ୍ୟ ସମାପନ କରିଥିଲେ । ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ । ନୂଆଁଗଡ଼ ଗ୍ରାମବାସୀ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଗ୍ରାମ ପରିକ୍ରମା ସହ ପଣା ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here