ବ୍ରହ୍ମପୁର ସହର ତଳି ଅଞ୍ଚଳ ଭୋଟର ଲିଷ୍ଟ ପ୍ରସ୍ତୁତିରେ ଥିବା ତ୍ରୁଟି ବିଚ୍ୟୁତି ଏବଂ ବୁଥ ସ୍ଥାପନରେ ହୋଇଥିବା ଅବ୍ୟବସ୍ଥା ସୁଧାରିବା ନେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

0
191

ବ୍ରହ୍ମପୁର: ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ମହାନଗର ଚତୁଃପାର୍ଶ୍ଵରେ ଥିବା ସହର ତଳି ଅଞ୍ଚଳ ବ୍ରଜନଗର, ଶକ୍ତି ନଗର, ଶ୍ରୀମାନଗର, ଚୈତନ୍ୟ ନଗର, ଆଦିଶକ୍ତି ନଗର, ଅନୁସୀୟା ନଗର, ହନୁମାନ ନଗର, କାଳୁଆ ନଗର, ରାଜୀବ ନଗର, ନାରାୟଣ ନଗର, ସାଇ ନଗର, ବାସୁଦେବ ନଗର, କୋଣାର୍କ ନଗର, ଖାରବେଳ ନଗର, ବାପୁଜୀ ନଗର, ଗୋବିନ୍ଦ ବିହାର, ବସନ୍ତ ବିହାର, ଗୌତମ ନଗର, ମେଡିକାଲ ବ୍ୟାଙ୍କ୍ କଲୋନୀ, ବିଜୟ ବିହାର, ଆଳକାପୁରି, ସିଦ୍ଧାର୍ଥ ନଗର, ନିଗମାନନ୍ଦ ନଗର , ଅମରାବତୀ ନଗର ଓ ସଦାନନ୍ଦ ବିହାର ପ୍ରଭୃତି ଅଞ୍ଚଳ ଯାହା ମହାନଗର ନିଗମର ସନ୍ନିକଟରେ ଅବସ୍ଥିତ ଥିଲେ ମଧ୍ୟ ସେ ବିକାଶ ମୂଳକ କାର୍ଯ୍ୟ ହେଉ କିମ୍ବା ଭୋଟର ଲିଷ୍ଟ ପ୍ରସ୍ତୁତି ହେଉ କୌଣସି ଗୋଟିଏରେ ମଧ୍ୟ ମହାନଗର ନିଗମରୁ ସୁବିଧା ପାଇବାରୁ ଏହି ଅଞ୍ଚଳ ବାସୀ ବଞ୍ଚିତ। ସେହିଭଳି ବ୍ଲକ ପ୍ରଶାସନ ବହୁ ଦୂରରେ ଅବସ୍ଥିତ ଥିବା ହେତୁ ତାହାର ନଜର ଅଢୁଆଳରେ ଏହି ସବୁ ଅଞ୍ଚଳ। ସେହିଭଳି ବର୍ତ୍ତମାନ ଉପଖଣ୍ଡ ପ୍ରଶାସନ ତରଫରୁ ଗଣତନ୍ତ୍ରର ମୁଖ୍ୟ କାର୍ଯ୍ୟ ଭୋଟର ଲିଷ୍ଟ ପ୍ରସ୍ତୁତି କାର୍ଯ୍ୟକ୍ରମ ନେଇ ସଚେତନତା ଚାଲିଥିବା ବେଳେ ସହର ତଳି ଅଞ୍ଚଳ ବାସିନ୍ଦାଙ୍କ ଭୋଟର ଲିଷ୍ଟ ପ୍ରସ୍ତୁତିରେ ହୋଇଥିବା ବ୍ୟାପକ ତ୍ରୁଟି ବିଚ୍ୟୁତିକୁ ସୁଧାରିବାର କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଏତେବଡ଼ ଅଭିଯାନ କରାଯାଉଥିବା ବେଳେ ଏହି ସବୁ ଅଞ୍ଚଳକୁ ଯେଉଁଭଳି ପ୍ରାଥମିକତା ଦେଇ ତ୍ରୁଟି ହୀନ ଭୋଟର ଲିଷ୍ଟ କରାଯିବ କଥା ତାହା ପରିଦୃଶ୍ୟ ହେଉନାହିଁ। ସେଇଭଳି ବୁଥ ସ୍ଥାପନରେ ମଧ୍ୟ ବିଭ୍ରାଟ ଲାଗି ରହିଛି। ଗୋଟେ ପରିବାର ସଦସ୍ୟଙ୍କ ଭିନ୍ନ ଭିନ୍ନ ବୁଥରେ ନାମ ରହିବା ଫଳରେ ତାହାକୁ ଖୋଜି ଭୋଟ ଦେବାରେ ନାନାଦି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏଠାରେ ଅଧିକାଂଶ ଲୋକ ବରିଷ୍ଠ ନାଗରିକ ହୋଇଥିବା ହେତୁ ଏଭଳି ବିସଂଗତି ଯୋଗୁଁ ବୁଥ ଖୋଜି ଖୋଜି ଗଲାବେଳେ ଏକରେତ ସେମାନେ କ୍ଳାନ୍ତ ହୋଇ ଯାଇଥାନ୍ତି ଓ ଦ୍ଵିତୀୟରେ ସ୍ଥଳ ବିଶେଷରେ ସେମାନଙ୍କ ଭୋଟ ଅସାଧୁ ଉପାୟରେ ଦିଆ ସରି ଯାଇଥାଏ। ଫଳରେ ସେମାନେ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ମୁକ୍ତ ଓ ଅବାଧ ନିର୍ବାଚନ ପତିବେଶରୁ ବଞ୍ଚିତ ହୋଇ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହୋଇ ପଡନ୍ତି। ତେଣୁ ଏ ପରିପ୍ରେକ୍ଷୀରେ ଭୋଟ ଦାନର ମହ୍ୱତ୍ତ ଓ ଏହି ଅଭିଯାନରେ ଯୋଡ଼ି ହେବାର ଆବଶ୍ୟକତା ନେଇ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ କରାଯାଉ। ଏବଂ ଯେଉଁ ଅଞ୍ଚଳର ଭୋଟର ସେହି ଅଞ୍ଚଳର ବୁଥରେ ଭୋଟ ଦେବାର ସୁଯୋଗ ଦିଆଯାଉ, ଯାହାଫଳରେ ଜଣେ ମଧ୍ୟ ଭୋଟର ଏଥିରୁ ବଞ୍ଚିତ ହେବ ନାହିଁ ଏବଂ ନିଜ ମତାଧିକର ବିନା ବାଧା ବିଘ୍ନରେ ସାବ୍ୟସ୍ତ କରିପାରିବ ଏବଂ ଗଣତନ୍ତ୍ରର ଏହି ବିଶାଳ ପର୍ବରେ ଭାଗ ନେଇପାରିବ ।
ସୁତରାଂ ଏ ପରିପ୍ରେକ୍ଷୀରେ ଏହି ଅଞ୍ଚଳର କିଭଳି ନିର୍ଭୁଲ ଭୋଟର ଚିଠା ପ୍ରସ୍ତୁତି ହେଇପାରିବ ଓ ନିକଟସ୍ଥ ବୁଥରେ ପରିବାରର ସବୁ ସଦସ୍ୟ ଗୋଟେ ଜାଗାରେ ଭୋଟ ଦେଇପାରିବେ ସେଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରଶାସନ ପଦକ୍ଷେପ ନେଉ ବୋଲି କମିଟି କହିଛି। ଉପଜିଲ୍ଲାାପାଳ କମିଟି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏ ନେଇ ସେ ସଂପୃକ୍ତ ଅଂଚଳର ବିଏଲୋଓ ମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେବେ। ସେ ଅଞ୍ଚଳରେ ଭୋଟର ସଚେତନ ରଥକୁ ପରିକ୍ରମା କରିବାର ବନ୍ଦୋବସ୍ତ କରିବେ। ଆସ୍ତେ ଆସ୍ତେ ରହିଥିବା ସମସ୍ୟାକୁ ପ୍ରାଥମିକତା ଦେଇ ସମାଧାନ କରାଯିବ। ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେସ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,ଉପସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସଂଯୋଜକ ସି. ଏଚ ରାମ କ୍ରିଷ୍ଣା ଦାସ, ଉପ ସଂଯୋଜକ ଅନିଲ ଅଧିକାରୀ, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର, ସହ ସଂଗଠନ ସମ୍ପାଦକ କାହୁଁ ଚରଣ ପତି, ସୁଦେସ୍ତ୍ନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here