କୁଳବୃଦ୍ଧ ମଧୁବାବୁଙ୍କ ସ୍ବପ୍ନର ସ୍ବାଭିମାନ ଓ ବିକଶିତ ଓଡ଼ିଶା ନିର୍ମାଣର ମିଳିତ ପ୍ରୟାସ ହେଉ ଏବଂ ଏହା ହିଁ ଆଜିର ସମୟର ସବୁଠାରୁ ବଡ ଆବଶ୍ୟକତା ;ଓଡ଼ିଶା ସ୍ୱାଭିମାନ ଜାଗରଣ ଫେଡେରେସନ

0
170

ବ୍ରହ୍ମପୁର:ଓଡ଼ିଆ ସ୍ବାଭିମାନ ଜାଗରଣ ଫେଦେରେସନର ଏକ ବୈଠକ ବ୍ରଜନଗରରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିନରେ ଓଡ଼ିଶା ଓ ଓଡ଼ିଆ ମାନେ ଭୋଗୁଥିବା ଯେତେ ସମସ୍ୟା ମଧ୍ୟରୁ ବଡ ସମସ୍ୟା ହେଲା ଓଡ଼ିଆ ମାନଙ୍କ ଭିତରେ ସ୍ବାଭିମାନର ଅବାଭ ଓ ଓଡ଼ିଆ ଅସ୍ମିତାର ଅବକ୍ଷୟ ଏବଂ ତତ୍ ସହିତ ଓଡ଼ିଆ ମାନଙ୍କ ମଧ୍ୟରେ ପୁରୁଷାର୍ଥର ଅନୁପସ୍ଥିତି। ତେଣୁ ଓଡିଆ ମାନକ ମଧ୍ୟରେ ଏ ସବୁର ପୁନରୁଥାନ ଓ ପୁନର୍ଜାଗରଣ ହେଉଛି ଏ ସଂଗଠନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଏହାର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଓଡିଆମାନଙ୍କ ମଧ୍ୟରେ ସ୍ବାଭିମାନ ଏବଂ ପୁରୁଷାର୍ଥ ଜାଗ୍ରତ ହେଲେ ଓଡ଼ିଶା ପ୍ରଦେଶ ଆଜି ଯେଉଁ ବିଷମ ପରିସ୍ଥିତି, ବିଭିନ୍ନ ସମସ୍ୟା ଓ ଅଭାବ ଅନଟନ ଦେଇ ଗତି କରୁଛି ତାହା ଆପେ ଆପେ ଅଚିରେ ଦୂର ହେଇଯିବ। ଓଡିଆ ମାନଙ୍କ ମଧ୍ୟରେ ବିଲୁପ୍ତ ହୋଇଯାଇଥିବା ଆତ୍ମ ବିଶ୍ୱାସକୁ ଫେରେଇ ଆଣିବା ଏହାର ଲକ୍ଷ୍ୟ। ଓଡ଼ିଶା ଓ ଓଡ଼ିଆମାନେ ତଥା ସମାଜର ବିଭିନ୍ନ ବର୍ଗ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ନେଇ ନିଜର ଶାଣିତ ସ୍ବର ଉତ୍ତୋଳନ କରିବା ଏ ନେଇ ନିଜର ମତାମତ ରଖିବା ଓ ଉପଯୁକ୍ତ ସ୍ତରରେ ଏହାର ସମାଧାନ ନିମନ୍ତେ ପ୍ରୟାସ କରିବା ଏହାର ମୂଳ ମନ୍ତ୍ର ଓ ଆଦର୍ଶ। ଆଜି ଓଡିଶା ପ୍ରଦେଶ ଏକ ଦୋଛକିରେ ଛିଡା ହୋଇଛି। ଓଡ଼ିଶାର ରାଜନୈତିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପାଣିପାଗ ଗୋଳମାଳିଆ ଓ ଦିଶାହିନ। ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ମନୋଭାବ ଏବଂ ମଧୁସୂଦନ ଦାସଙ୍କ ସ୍ୱପ୍ନର ସ୍ବାଭିମାନ ତଥା ବିକଶିତ ଓଡ଼ିଶା ଆଜି ସୁଦୂର ପରାହତ। ଚାରିଆଡେ ଆଜି ବିଶୃଙ୍ଖଳା, ଆରାଜକତା ଓ ନୈରାଶ୍ୟବାଦ ର ଛାୟା। ପରିସ୍ଥିତି, ପାଣିପାଗ ଓ ସମୟର ଅନୁକୂଳ ସ୍ରୋତରେ ସମସ୍ତେ ଯିବାକୁ ଇଚ୍ଛା କରୁଥିଲା ବେଳେ ଫେଡେରେସନ କିନ୍ତୁ ବର୍ତ୍ତମାନ ପରିସ୍ଥିତିର ଅନିଶ୍ଚିତତା ଓ ଅସ୍ଥିରତାର ପରିବେଶକୁ ଭ୍ରୁକ୍ଷେପ ନକରି ସ୍ରୋତର ପ୍ରତିକୁଳରେ ଯାଇ ସରଳ, ନିରୀହ ଓ ଦାରିଦ୍ର୍ୟର କଷାଘାତରେ ସଢୁଥିବା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କିଛି କରି ସେମାନଙ୍କ ଅବସ୍ଥା ଓ ଭାଗ୍ୟରେ କିଛି ସକରାତ୍ମକ ପରିବର୍ତ୍ତନ ଆଣିବାରେ ଏହି ସଂଗଠର ଗୁଣ୍ଡୁଚି ମୂଷା ଭଳି ନିଜର ଯୋଗଦାନ ରଖି ନିଜକୁ ନିୟୋଜିତ ରଖିବ। ସମସ୍ତଙ୍କ ସାହାଯ୍ୟ, ସହଯୋଗ, ସହାନୁଭୂତି, ଭାଗିଦାରୀ , ଆଶୀର୍ବାଦ ଆଧାରରେ ନିଜର ପ୍ରତିବଦ୍ଧତା ଓ ପରାକାଷ୍ଠା ପୂର୍ବକ ସ୍ବାଭିମାନ ଓ ବିକଶିତ ଓଡ଼ିଶା ପ୍ରଦେଶ ନିର୍ମାଣରେ ନିଜର ସଂଗ୍ରାମ ଓ ସଂକଳ୍ପ ଜାରୀ ରଖିବ । ଆଗାମୀ ଦିନରେ ଅନେକ ଗୁଡ଼ିଏ ଆଞ୍ଚଳିକ ଓ ରାଜ୍ୟ ସ୍ତରୀୟ ପ୍ରସଙ୍ଗ ଓ ବିଷୟକୁ ନେଇ ତଥା ସମାଜର ସବୁ ବର୍ଗର, ଶ୍ରେଣୀର, ଗୋଷ୍ଠୀର ଓ ଅଞ୍ଚଳର ସମସ୍ୟାକୁ ନେଇ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସମାଜର ସବୁ ବର୍ଗର, ଶ୍ରେଣୀର ଓ ଅଞ୍ଚଳର ଏବଂ ସମଭାବାପନ୍ନ ସଂଗଠନ ଓ ବ୍ୟକ୍ତିମାନଙ୍କୁ ସାଙ୍ଗରେ ସହଯୋଗରେ ନେଇ ଏହା କରାଯିବ ବୋଲି ଫେଡେରେସନର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ବୈଠକରେ କେଉଁ କେଉଁ ସ୍ଥାନୀୟ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଉତ୍ଥାପନ କରାଯିବ ନିର୍ଣ୍ଣୟ ନିଆଯିବ।ଆଜିର ଏହି ଆଲୋଚନା ଚକ୍ରରେ ସଞ୍ଜୀବ କୁମାର ପଟ୍ଟନାୟକ ଦେବୀ ପ୍ରସାଦ ଦାସ, ଟି. ସୁଦେଶ କୁମାର ପାତ୍ର,ବି. ଭି ସାଗର, ଶ୍ରୀକାନ୍ତ ପଢିହାରି, ଶ୍ରିମନ୍ତ ପାଣିଗ୍ରାହୀ, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଣ୍ଡା,ଏମ୍ . ପ୍ରକାଶ ପାତ୍ର, କେ. ସୁଦାମ ପାତ୍ର, ସୁନିଲ କୁମାର ପାତ୍ର,, ଭି, ନାର୍ଶୀଙ୍ଗୁଲୁ,ହିମାଂଶୁ ସାହୁ, ପ୍ରମୋଦ ପାଢ଼ୀ, ଭୁବନେଶ୍ୱର ଜେନା ଗରୀବ ପାଣିଗ୍ରାହୀ, ଏମ୍. ନାର୍ଶିଙ୍ଗୁଲୁ, ଅନିଲ ଅଧିକାରୀ ଓ କାହୁଁ ଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here