ବାଲିଗୁଡ଼ା ରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଜବତ: ଗାଡ଼ିସହ ଅଭିଯୁକ୍ତ ଗିରଫ

0
297

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଳାରେ ଦିନକୁ ଦିନ ବେଆଇନ୍‌ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ଫିରିଙ୍ଗିଆ ପୋଲିସ ପବିଙ୍ଗିଆ ଛକରେ ପାଟ୍ରୋଲିଂ କରିବା ସମୟରେ ଗୋଟିଏ କାରରୁ ୩୦ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ଅଭିଯୁକ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗେବା ପଦର ଗ୍ରାମର ଜିତେନ୍ଦ୍ର ଦିଗାଲ। ପୋଲିସ ଦ୍ୱାରା ଜବତ ହୋଇଥିବା ଗାଡି ନଂ.ଓଆର-୦୨-ବିସି -୨୨୨୧ ବୋଲି ଜଣାପଡିଛି l ଏ ନେଇ କେଶ ନଂ. ୫୬/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯାଇଥିବା ବିଷୟ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧୂକାରୀ ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି |
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here