ନଳବଣ୍ଟାର ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସର ଚଢାଉ; ୩ ଗିରଫ

0
744

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତକାଲି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁରେ ନଳ ସ୍ଥାନୀୟ ପୋଲିସ ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଅଚାନକ ଚଢାଉ କରି ତିନି ଜଣ ବାଣ ମାଫିଅ।ଙ୍କୁ ଗିରଫ କରିବା ସହ ୭୦ଲକ୍ଷ ଟଙ୍କାର ବେଅ।ଇନ ବାଣ ଜବତ କରିଛି । ସୂଚନା ଅନୁଯାୟୀ ,ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଏତେ ଟଙ୍କାର ବାଣ ଜବତ ହୋଇଛି । ଗଲା ଅନେକ ବର୍ଷ ଧରି ଏଠାରେ ବାଣ ବେଆଇନ ଭାବେ ପ୍ରସ୍ତୁତ ହୋଉଥିଲା ।ଚଢ଼ାଉ ପୂର୍ବରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଦୁଇ ଜଣ ପୋଲିସି କର୍ମଚାରୀଙ୍କୁ ନଳବଣ୍ଟା ପଠାଇ ବାଣ କିଣିବୁ ବୋଲି କହି ଅଗ୍ରୀମ ଟଙ୍କା ଦେଇ ଆସିଥିଲେ। ଏହି ଚଢାଉ ରେ ଅ।ସିକା ଏସ୍ଡିପିଓ ସୂର୍ଯ୍ୟ ମଣୀ ପ୍ରଧାନ ଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ର ଏହି ଚଢାଉ ପରେ ବାଣ ମାଫିଅ। ମାନଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here