ସାଧାରଣ ଜନତା ସିଧାସଳଖ କରିପାରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ

0
950

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ଏକ ନୂଆ ପଦ୍ଧତି ଆରମ୍ଭ କରିଛନ୍ତି ଯାହାଦ୍ୱାରା ସାଧାରଣ ଲୋକଙ୍କ ଅଭିଯୋଗ ସିଧାସଳଖ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପାରିବ । ଏଥିପାଇଁ ଆମକୁ ଆଉ ଦିଲ୍ଲୀ ଯିବାକୁ ପଡ଼ିବନି,ଦେଶର ଯେ କୌଣସି କୋଣରେ ଘରେ ବସି ଇଣ୍ଟରନେଟ ସାହାଯ୍ୟରେ ଆମେ ତୁରନ୍ତ ଅଭିଯୋଗ କରିପାରିବା । ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଫିସିଆଲ ୱେବ ସାଇଟର ଏକ ବିକଳ୍ପ ଦିଆଯାଇଛି ଯେଉଁଥିରେ ଏକ ଫର୍ମ ଦିଆଯାଇଛି । ଏହି ଫର୍ମ ଟିକୁ ଭରିବା ପରେହିଁ ଆମ ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସିଧାସଳଖ ପହଞ୍ଚି ଯାଇପାରିବ।
ଅଭିଯୋଗ କରିବାର ପ୍ରଣାଳୀ:
୧. ପିଏମଓ ୱେବସାଇଟ https://www.pmindia.gov.in/en/interact-with-honble-pm/ କୁ ଯାଆନ୍ତୁ।
୨. ଏହା ପରେ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ରଅପସନ ଆସିବ ସେଥିରେ କ୍ଲିକ କରନ୍ତୁ।
୩. କ୍ଲିକ କରିବା ସଂଗେ ସଂଗେ ହିଁ ଏକ ନୂଆ ଟ୍ୟାବ ଖୋଲିଯିବ।
୪.ଏହି ଟ୍ୟାବରେ ଆପଣଙ୍କୁ ଏକ ଫର୍ମ ନଜର ଆସିବ, ସେହି ଫର୍ମ ଟିକୁ ପୂରଣ କରନ୍ତୁ।
୫. ନିଜ ନାମ ଓ ଠିକଣା ଛଡା କିଛି ଜରୁରୀ ତଥ୍ୟ ଯେପରିକି ଇମେଲ ଆଇଡି, କପ୍ଲେଣ୍ଟ କାଟାଗୋରି ଓ ଆପଣ କେଉଁ ପ୍ରକାରର ଅଭିଯୋଗ କରିବାକୁ ଚାହୁଁଛନ୍ତି ସେଗୁଡିକୁ ଧ୍ୟାନର ସହ ପୂରଣ କରିବା ଅତ୍ୟନ୍ତ ଜରୁରୀ ଅଟେ।
୬.ସବୁ ତଥ୍ୟ ଭରିବା ପରେ ସବମିଟ ବଟନ ରେ କ୍ଲିକ କରନ୍ତୁ।
୭. ଏହାପରେ ଆପଣଙ୍କ ଅଭିଯୋଗର ଏକ ରେଜିସ୍ଟ୍ରେଶନ ନମ୍ବର ମିଳିବ ଏବେ ତାହାକୁ ନୋଟ କରିନିଅନ୍ତୁ।
୮. ଏହି ନମ୍ବରଟି ଆପଣଙ୍କୁ ପରବର୍ତୀ ସମୟରେ ଆପଣଙ୍କ ଅଭିଯୋଗର ଷ୍ଟାଟସ ସମ୍ବନ୍ଧରେ ଜଣାଇବ।

LEAVE A REPLY

Please enter your comment!
Please enter your name here