ଯୁବନେତା ସନ୍ତୋଷ , ପୋଲସରା ଏନଏସି ଉପାଧ୍ୟକ୍ଷ

0
283

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସି ଉପାଧ୍ୟକ୍ଷ ଭାବେ ୧୭ ନମ୍ବର ୱାର୍ଡ କାଉନସିଲର ଯୁବ ବିଜେଡି ନେତା ସନ୍ତୋଷ କୁମାର ବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ପୋଲସରା ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା ପୋଲସରା ଏନଏସି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ଯୁବ ଗୋଷ୍ଠୀ ବହୁତ ଖୁସିଥିବା ଦେଖାଦେଇଛି। ୧୯ ୱାର୍ଡ ବିଶିଷ୍ଟ ପୋଲସରା ଏନେସିରେ ବିଜେଡି ପ୍ରାର୍ଥୀନୀ ସଂଗୀତା ବେହେରା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ୧୩ ଜଣ କାଉନସିଲର ବିଜେଡି ରୁ ୬ ଜଣ କାଉନସିଲର ବିଜେପି ରୁ ନିର୍ବାଚିତ ହୋଇଥିଲେ। ଏପ୍ରିଲ ୭ ତାରିଖରେ ସାରା ଓଡିଶାରେ ଏନଏସି ଓ ମୁନିସିପାଲଟି ର ଉପ ନଗରପାଳ ଓ କଟକ ନିଗମ ପାଇଁ ଉପମେୟର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ପ୍ରରିପେକ୍ଷିରେ ପୋଲସରା ଏନଏସି ର ଉପନଗରପାଳ ପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ୧୭ ନମ୍ବର ୱାର୍ଡ କାଉନସିଲର ସନ୍ତୋଷ କୁମାର ବେହେରା କେବଳ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଯୋଗୁଁ ନିର୍ବାଚନ ଅଧିକାରୀ ନିର୍ଦ୍ୱନ୍ଦରେ ବିଜୟୀ ଘୋଷଣା କରିଥିଲେ। ନବନିର୍ବାଚିତ ଉପାଧ୍ୟକ୍ଷ ଶ୍ରୀ ବେହେରା ନଗର ଯୁବ ବିଜେଡିର ସଭାପତି ଥିବା ସହ ଜଣେ ଦୃଢ଼ ସଂଗଠକ ଅଟନ୍ତି। ପୋଲସରାରେ ଅନୁଷ୍ଠିତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ବେହେରା ଆଗୁଆ ରହୁଥିବା ବେଳେ ସେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଯୋଗୁଁ ସହରବାସୀ ଖୁବ ଖୁସି ଥିବା ଜଣାପଡିଛି। ନବନିର୍ବାଚିତ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ନିଜ ବିଜୟର ଶ୍ରେୟ ପୋଲସରା ସହର ଜନସାଧାରଣଙ୍କୁ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here