ପାରଳାଖେମୁଣ୍ଡି ପୌରାଞ୍ଚଳ ରେ ଲେଙ୍କା ମଧୁ ଓ କାଶୀନଗର ଏନ୍ ଏ ସି ରେ ରଘୁରାମ ସାହୁଙ୍କୁ ଉପାଧ୍ୟକ୍ଷ ପଦବୀରେ ମନୋନୀତ

0
356

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ ରେ ଉପାଧକ୍ଷ ଭାବେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପାରଳାଖେମୁଣ୍ଡି ପୈରନିର୍ବାଚନରେ ନବ ନିର୍ବାଚିତ ୱାର୍ଡ ନଂ -୧୩ ର ସଭ୍ୟ ପ୍ରାଥି ଶ୍ରୀ ଲେଙ୍କା ମାଧୁ ଙ୍କୁ ମନୋନୀତ କରାଗଲା. ଏବଂ ସର୍ବ ସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରି ପ୍ରମାଣ ପତ୍ର ପ୍ରେରଣ କରିଛନ୍ତି । ଅପରପକ୍ଷରେ ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ପୌର ନିର୍ବାଚନ ରେ ଉପାଧକ୍ଷ ଭାବେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୱାର୍ଡ ନଂ -୧୧ ର ସଭ୍ୟ ପ୍ରାଥି ଶ୍ରୀ ରଘୁରାମ ସାହୁ ଙ୍କୁ ମନୋନୀତ କରାଗଲା.ସର୍ବ ସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରି ପ୍ରମାଣ ପତ୍ର ପ୍ରେରଣ କରିଥିଲେ।ଏହି ପ୍ରକ୍ରିୟାରେ ପାରଳାଖେମୁଣ୍ଡି ରେ ଗଜପତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ,ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍ ଗ୍ରୁପ୍ ଚେୟାର ମେନ୍ ଶ୍ରୀ ଡ. ତିରୁପତି ପାଣିଗ୍ରାହୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଯୁବ ସଭାପତି ଏସ ଲିଙ୍ଗରାଜ,ବରିଷ୍ଟ ନେତା ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ,ପାରଳାଖେମୁଣ୍ଡି ପୌର ଅଧ୍ୟଖ୍ୟା ଶ୍ରୀମତି ନିର୍ମଲା ସେଠୀ ଓ ସମସ୍ତ କାଉନ୍ସିଲର ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ। ସେହିପରି ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ କାଶୀନଗର ଏନ୍ ଏ ସି ଅଧ୍ୟକ୍ଷା ଶୀମତୀ M. ସୁଧାରଣୀ ଓ ସମସ୍ତ ନବନିର୍ବାଚିତ କାଉନ୍ସିଲର ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ। ଜିଲ୍ଲାର ଏହି ନିର୍ବାଚନ କାର୍ଯ୍ୟକୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଡେରାପକାଇ ଅତି ଗୁରୁତର ସହିତ ତଦାରଖ କରିଥିବା ଶ୍ରୀ ପ୍ରଣବ ପ୍ରକାଶ ଦାସ,ମାନସ ମଙ୍ଗରାଜ,ଅତୁନ ସବ୍ୟସାଚୀ ନାୟକ,ସମ୍ବିତ ପାତ୍ର ପ୍ରମୁଖଙ୍କ ପ୍ରଚେଷ୍ଟାରେ ଆଜି ଗଜପତି ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୈରପରିଷଦ ନିର୍ବାଚନ ରେ ସକ୍ରିୟ ଭୁମିକା ନେଇଥିଲେ ତେଣୁ କଂଗ୍ରେସ ର ଗଡ଼ରେ ଖାସ କଂଗ୍ରେସିଆଙ୍କୁ ଦଳରେ ସାମିଲ କରି ଦଳିୟ ଟିକଟ ଦେଇଥିବା ବେଳେ ଆଜି ଗଜପତି ଜିଲ୍ଲା ରେ ବିଜେଡି ଦଳ ଦଖଲ କରିଥିବା ବିଷୟରେ ଅଞ୍ଚଳ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ସୁଣିବାକୁ ମିଳିଥିଲା ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here