ବୁଗୁଡା ବ୍ଲକରେ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ

0
420

ବୁଗୁଡା : ଏପ୍ରିଲ ୦୫ ତାରିଖ ଦିନ ବୁଗୁଡା ବ୍ଲକରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଅତିଥି ଭାବେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମହୋଦୟ ଯୋଗଦେଇ ସବୁଜ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଗତ ଏପ୍ରିଲ ୦୨ ତାରିଖ ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ପୁନର୍ବାର ଖୋଲାଯାଇଛି। ସମସ୍ତ ଛାତ୍ରଛାତ୍ରୀ ନିର୍ଭୟରେ ପୁଣି ବିଦ୍ୟାଳୟକୁ ଯାଇ ଶିକ୍ଷା ଗ୍ରହଣ କରିବା ପାଇଁ ଏହି ଶିକ୍ଷା ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏହି ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇ ବୁଗୁଡା ସହର ପରିକ୍ରମା କରିଥିବା ବେଳେ ସଚେତନତା ରଥ ସମସ୍ତ ଗ୍ରାମ ପଞ୍ଚାୟତ କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ପଠାଇବାକୁ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ସମସ୍ତ ସିଆରସିସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here