ଗଞ୍ଜାମ ଜିଲା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ‘ଗଞ୍ଜାମ ଶ୍ରୀ-୨୦୨୨’ ଅନୁଷ୍ଠିତ

0
354

ବ୍ରହ୍ମପୁର: ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଗଞ୍ଜାମ ଜିଲା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ‘ଗଞ୍ଜାମ ଶ୍ରୀ-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ପ୍ରାଧ୍ୟାପକ ଡା. ନିହାର ରଞ୍ଜନ ସାହୁଓ ବରିଷ୍ଠ ସାମ୍ବାଦିକ ସୁଦୀପ୍ କୁମାର ସାହୁ ଯୋଗଦେଇଥିଲେ । ବିଚାରକ ଭାବେ ଭେନୁ ଗୋପାଳ ରାଓ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସୋମନାଥ ନନ୍ଦ, ଉମାଚରଣ ଶତପଥୀ, ଏସ୍‌ ରାଜେଶ ବାବୁ ଆଚାରୀ ଏବଂ ପ୍ରଦୀପ ଶତପଥୀ ଦାୟିତ୍ବରେ ରହିଥିଲେ । ଜ୍ୟୋତି ରଞ୍ଜନ ପ୍ରଧାନ ହୋଇଛନ୍ତି ଏହି ବର୍ଷର ‘ଗଞ୍ଜାମ ଶ୍ରୀ’ ଘୋଷିତ ହୋଇଛନ୍ତି। ଶ୍ରେଷ୍ଠ ପୋଜର ଭାବେ ସତ୍ୟ ନାରାୟଣ ସାହୁ ଏବଂ ଇମ୍ପ୍ରୁଭୁଡ ବଡ଼ି ଭାବେ ସାର୍ଥକ ମହାନ୍ତି ପୁରସ୍କୃତ ହୋଇଛନ୍ତି । ସେହିଭଳି ୫୫କିଲୋ ଓଜନ ବର୍ଗରେ ରାମ ଗୌଡ଼ ପ୍ରଥମ ହୋଇଥିବା ବେଳେ ୬୦ କିଲୋ ଓଜନ ବର୍ଗରେ ରାକେଶ ପଣ୍ଡା, ୬୫ କିଲୋ ଓଜନ ବର୍ଗରେ ଅମିତ କୁମାର ରଥ, ୭୦ କିଲୋ ଓଜନ ବର୍ଗରେ ସତ୍ୟ ନାରାୟଣ ସାହୁ, ୭୫ କିଲୋ ଓଜନ ବର୍ଗରେ ଜ୍ୟୋତି ରଞ୍ଜନ ପ୍ରଧାନ, ୮୦ କିଲୋ ଓଜନ ବର୍ଗରେ ସାର୍ଥକ ମହାନ୍ତି ଏବଂ ୮୫ କିଲୋ ଓଜନ ବର୍ଗରେ ଜି.କିରଣ କୁମାର ଚାମ୍ପିୟନ୍‌ ହୋଇଥିଲେ । ସେହିଭଳି ଅନ୍ୟାନ୍ୟ ବର୍ଗରେ ମଧ୍ୟ ପୁରସ୍କୃତ କରାଯାଇଥିଲା । ପୁରୁଷ ସ୍ପୋର୍ଟିଂ ଫିଜିକ୍‌ରେ ଦିଲ୍ଲିପ କୁମାର ମିଶ୍ର ପ୍ରଥମ ହୋଇଥିବା ବେଳେ ଜଗା ସେନାପତି ଦ୍ବିତୀୟ ଏବଂ ଉଜ୍ଜଳ ଗୁଜୁରାଟୀ ତୃତୀୟ ସ୍ଥାନରେ ରହିଥିଲେ । ୪୦ ବର୍ଷରୁ ଅଧିକ ବା ମାଷ୍ଟର୍ସରେ ମଦନ ସାହୁ ପ୍ରଥମ ହୋଇଥିବା ବେଳେ ବଦ୍ରି ନାରାୟଣ ପତି ଦ୍ବିତୀୟ ଏବଂ ମହେଶ୍ବର ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ମାଷ୍ଟର୍ସ ୫୦ ବର୍ଷରୁ ଅଧିକରେ ଦଣ୍ଡପାଣି ସାହୁ ପ୍ରଥମ, ହାଡ଼ିବନ୍ଧୁ ସେନାପତି ଦ୍ବିତୀୟ ଏବଂ ଏଲ୍‌.ଲୋକନାଥ ରାଓ ତୃତୀୟ ହୋଇଥିଲେ । ଗଞ୍ଜାମ ଜିଲା ଆମେଚର ବୋଡି ବିଲ୍‌ଡିଂ ଆସୋସିଏସନ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସଭାପତି ସତ୍ୟ ନାରାୟଣ ସ୍ବାଇଁ, ପୃଷ୍ଠପୋଷକ ପ୍ରଦୀପ କୁମାର ଶତପଥୀ, ଉପସଭାପତି ଉମାଚରଣ ଶତପଥୀ ଏବଂ ନାରାୟଣ ସାହୁ, ସାଧାରଣ ସଂପାଦକ ଏସ୍‌.ରାଜେଶ ବାବୁ ଆଚାରୀ, ଉପଦେଷ୍ଟା ବି.ଭେଣୁ ଗୋପାଳ ରାଓ ଉପସ୍ଥିତ ଥିଲେ । ଷ୍ଟେଜ ମାର୍ସଲ ଭାବେ ଏସ୍‌.ସନ୍ତୋଷ କୁମାର ଆଚାରୀ, ସନ୍ତୋଷ ପାଣିଗ୍ରାହୀ, ଶିବ ଶଙ୍କର ସାହୁ ଏବଂ ଜଗନ୍ନାଥ ପ୍ରସାଦ ସାହୁ, ଅଫିସିଆଲ ଭାବେ ଡ. ଶୁଭ୍ରାଂଶୁ ଶେଖର ସେଠୀ, ଅର୍ନବ ଜୁସଲ ସାହୁ, ସୁଦର୍ଶନ ସାହୁ, ଗଙ୍ଗାଧର ପାତ୍ର, ନିଗମାନନ୍ଦ ରାଉତ, ସାଗର ପଟ୍ଟନାୟକ ଏବଂ ବିକାଶ ବେହେରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here