ଜିଲୁଣ୍ଡି ରେ ଗଣେଶ ପୂଜା ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତ

0
305

ଭଞ୍ଜନଗର : ଭଞ୍ଜନଗର ନିକଟସ୍ଥ ଜିଲୁଣ୍ଡି ଗ୍ରାମରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ନ୍ୟୁଭାଇ ଯୁବକ ସଂଘ ପକ୍ଷରୁ ସୋମବାର ସ୍ଥାନୀୟ ମେନରୋଡ଼ରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର ଯୋଗ ଦେଇ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର,ସନ୍ତୋଷ ତିଆଡ଼ି,ରବିନ୍ଦ୍ର କୁମାର ଗୌଡ଼,ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପଳାସପଲ୍ଲୀର ଶ୍ରୀ ଭଞ୍ଜ ଭୂମିର ଗୀତିକାର ମାନେ ଏହାକୁ ପରିବେଶ କରିଥିଲେ। ନ୍ୟୁ ଭାଇ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here