ଗଜପତିରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

0
268

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୁଆଗଡ ବ୍ଲକର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ-୨୦୨୧ ପାଳନ କରାଯାଇଛି ଏହି ଅବସରରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ନୂଆଗଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଯଥା ନୂଆଗଡ, ତରଭା, ସମ୍ବଲପୁର, ତାବରଡା, କେରେଡାଙ୍ଗ, ବେତାରସିଂ ପ୍ରଭୃତି ଠାରେ ବିଶ୍ୱ ରକ୍ତଦାତା ଦିବସ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା । ରକ୍ତଦାନ ଏକ ମହତ ଦାନ । ଏହା ଦ୍ୱାରା ଅନ୍ୟର ଜୀବନର ସ୍ମପନ୍ଦନକୁ ଜାରି ରଖିପାରିବା । ରକ୍ତଦାନ କରି ଅକାଳରେ ଚାଲିଯାଉଥିବା ଜୀବନକୁ ରକ୍ଷାକରିବା ଆଦି ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ସାଧାରଣରେ ସଚେତନ କରାଯିବା ସହ ପ୍ରଚାରପତ୍ର ବଣ୍ଟନ ଦ୍ୱାରା ମଧ୍ୟ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ସ୍ୱାଗତ ରଥ, ଡାକ୍ତର ସୁନୀଲ ମାଝୀ, ସୁପରଭାଇଜର ନକୁଳ ରାହୁଳ, ଗୀତା ପଟ୍ଟନାୟକ, ମିନାଦେବୀ, ଶିବ ଶଙ୍କର ଭୂୟାଁ, ସ୍ୱାସ୍ଥ୍ୟକର୍ମୀ ତୁଷାର ନାୟକ, ବି. ଅରୁଣା, ସନ୍ଧ୍ୟାରାଣୀ ଚୌଧୁରୀ, ସୁମିତ୍ରା ରଇତ, ଆଶାକର୍ମୀୀ ବିଜୟଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ମମତା ପାଇକ, ଅଙ୍ଗନୱାଡି କର୍ମୀ ଜୟନ୍ତୀ ଶବର, ରିତାଞ୍ଜଳି ସାହୁ, ରିନା ବଡରଇତ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here