ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

0
256

ବ୍ରହ୍ମପୁର :ସ୍ଥାନୀୟ ଭି.ଭି. ଗିରି ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି | ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ | ଓଡ଼ିଆ ବକୃତା ପ୍ରତିଯୋଗୀତାରେ ବିଚାରକ ମଣ୍ଡଳୀ ଭାବରେ ଓଟିଭି ବ୍ୟୁରୋ ହେଡ଼ ଶ୍ରୀ ଅଶୋକ କୁମାର ବ୍ରହ୍ମା, ଡ଼ଃ. ପିନାକୀ ମହାନ୍ତି,ଡ଼ଃ.ହୃଷିକେଶ ପଣ୍ଡା,ଡ଼ଃ.ବନମାଳୀ ପାଣିଗ୍ରାହୀ, ଭାଗ୍ୟଳତା ପାଣିଗ୍ରାହୀ, ଇରାଣୀ ରଥ ଓ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗୀତାର ସନ୍ତୋଷ ବେହେରା ବିଭୁଦତ୍ତ ନାୟକ, ଅଶ୍ବିନୀ ମହାପାତ୍ର, ପ୍ରଭାତ ପାତ୍ର,ସଂଗ୍ରାମ ପଟନାୟକ,ଡ଼ଃ.ଚନ୍ଦନ ଗନ୍ତାୟତ ଓ ଗୌରୀମଣୀ ପାତ୍ର ବିଚାରକ ଭାବରେ ଯୋଗଦେଇଥିଲେ | ଉଚ୍ଚ ବିଦ୍ୟାଳୟ ନିମନ୍ତେ ବିଷୟ ବସ୍ତୁ ଥିଲା “ଆମ ଭାଷା ଆମ ଅସ୍ମିତା” , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ସ୍ତରରେ ବିଷୟ ବସ୍ତୁ ଥିଲା ” ଭାଷା ଆନ୍ଦୋଳନର ଅବିଭକ୍ତ ଗଞ୍ଜାମର ଅବଦାନ” ଓ ମହାବିଦ୍ୟାଳୟ ସ୍ତରୀୟ +୩ ସ୍ତରରେ ବିଷୟ ବସ୍ତୁ ଥିଲା ” ସ୍ୱତନ୍ତ୍ର ଉତ୍କଳ ଗଠନ ଓ ଭାଷା ଆନ୍ଦୋଳନ” ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି | ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗୀତା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅଭିଷେକ ସାମନ୍ତରାୟ , ଦ୍ଵିତୀୟ ଯୋଗଜନ୍ମ ପାଣିଗ୍ରାହୀ ଓ ତୃତୀୟ ଅଲିଶା ପାଢ଼ୀ ସେହିପରି ଉଚ୍ଚ ମାଧ୍ୟମିକ +୨ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅନନ୍ୟା ରାୟ , ଦ୍ଵିତୀୟ ଅର୍ପିତା ତ୍ରିପାଠୀ ଓ ତୃତୀୟ ଜ୍ୟୋତିମୟୀ ଜେନା ଏବଂ ମହାବିଦ୍ୟାଳୟ +୩ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରୀତି ସୌରଉ ମିଶ୍ର , ଦ୍ଵିତୀୟ ତୃପ୍ତି ପ୍ରିୟା ମହାନ୍ତି ଓ ତୃତୀୟ ଦୀପକ ସାମନ୍ତରାୟ ପ୍ରମୁଖ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି | ସେହିପରି ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଖିଳେଶ ପାତ୍ର,ଦ୍ୱିତୀୟ ବିଘ୍ନେଶ ମହାରଣା,ତୃତୀୟ ପ୍ରଦୋତ୍ତ ପାତ୍ର ଓ ଶୁଭଶ୍ରୀ ପଣ୍ଡା,+2ସ୍ତରରେ ପ୍ରଥମ ଅନ୍ଵେଷା ମହାରଣା,ଦ୍ୱିତୀୟ ଆସ୍ଥା କୁମାରୀ ପାତ୍ର,ତୃତୀୟ ସ୍ମରଣିକା ସାହୁ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ରାକେଶ କୁମାର ବାରିକ,ଦ୍ୱିତୀୟ ଶୁଭ୍ର ଶୌରଭ ବେହେରା,ତୃତୀୟ ସୋନାଲି ସ୍ୱାଇଁ ଓ ସୁରଭି କୁସୁମ ପାତ୍ର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଛନ୍ତି l ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ | ଜିଲ୍ଲା ସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାତାରେ ଅଂଶ ଗ୍ରହଣ କରିବେ l ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅପ୍ରେଲ ୧ ତାରିଖ ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତ ଭବନ ହିଲ ପାଟଣା ବ୍ରହ୍ମପୁରରେ ପୁରସ୍କୃତ କରାଯିବ |

LEAVE A REPLY

Please enter your comment!
Please enter your name here