ନାବାର୍ଡ ପକ୍ଷରୁ ଏସଏସଜିଙ୍କୁ ମାଛ ଓ ଲୋବଷ୍ଟର ଚାଷ ତାଲିମ୍

0
261

ବ୍ରହ୍ମପୁର: ଗାଁର ଆର୍ଥିକ ଅଭିବୃଦ୍ଧି ଦ୍ୱାରା ରାଷ୍ଟ୍ରର ଅଭିବୃଦ୍ଧି ସମ୍ଭବ ଏଣୁ ଗୋପାଳପୁର ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତ ନୂଆ ବକ୍ସିପଲ୍ଲୀ ଏବଂ ଭେଙ୍କଟରାୟପୁର ଗ୍ରାମର ଏସଏସଜି ମହିଳାଙ୍କୁ ନେଇ ମାଛ ଓ ଲୋବଷ୍ଟର ସମ୍ପର୍କରେ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ ସ୍କିମ ଅଧୀନରେ ଗଞ୍ଜାମ ଜିଲ୍ଲା ସକାଶେ ମାଛକୁ ଚୟନ କରାଯାଇଥିବା ପରିପ୍ରେକ୍ଷୀରେ ଏହି ତାଲିମ କାର୍ଯ୍ୟକ୍ରମ ନାବାର୍ଡ ତରଫରୁ ମତ୍ସ୍ୟଜୀବୀ ଏସ ଏଚ୍ ଜି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ 10 ଟି ଏସଏସଜିର 60 ମହିଳାଙ୍କୁ 12 ଦିନ ବ୍ୟାପି 02ଟି ପର୍ଯ୍ୟାୟରେ ନାବାର୍ଡର ସହାୟତା ଓ ଆଦର୍ଶ ଅନୁଷ୍ଠାନର ଆନୁକୁଲ୍ୟରେ ବିଭିନ୍ନ ଦିଗ ଉପରେ ତାଲିମ୍ ପ୍ରଦାନ କରାଯାଇ ଥିଲା । ଏଥିରେ 12ରୁ ଉର୍ଦ୍ଧ ତାଲିମଦାତା କାର୍ଯ୍ୟକ୍ରମରେ ବିଭିନ୍ନ ଦିଗ ଉପରେ ତାଲିମ୍ ପ୍ରଦାନ କରିଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ତାଲିମଦାତା ସାଗରିକା ତ୍ରିପାଠୀ ଲୋବଷ୍ଟାର ମାଛ ଚାଷର ୟୁନିଟ ସମୁଦ୍ରକୂଳ ସ୍ଥାନରେ ସ୍ଥାପନ ନେଇ ରହିଥିବା ଆଧୁନିକ ପ୍ରଣାଳୀ ଓ ବୈଷୟିକ ଦିଗ,ବିକ୍ରି ଭଳି ବିଭିନ୍ନ ପ୍ରକ୍ରିୟା ଉପରେ ବୁଝାଇ କହିବା ସହିତ ଏହାକୁ ସଫଳ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ କହିଥିଲେ ।ସେହିଭଳି ଉଦଯାପନୀ ଉତ୍ସବରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଡିଡିଏମ ପ୍ରତୀକ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନ୍ୟ ପାଖରେ କାମ କରିବା ବଦଳରେ ଅନ୍ୟକୁ କାମ ଯୋଗାଇ ଗାଁର ବେରୋଜଗାର ହଟାଇବା କ୍ଷେତ୍ରରେ ସହାୟକ ହେବା.ଏହି ସହିତ ସମସ୍ତେ ଏକତ୍ରିତ ହୋଇ ଆଗକୁ ଆସିବାକୁ ପରାମର୍ଶ ଦେଇଥିଲେ.ସେହିଭଳି ଆୟୋଜିତ କାର୍ଯ୍ୟକ୍ରମରେ ଆଦର୍ଶ ଅନୁଷ୍ଠାନ ମୁଖ୍ୟ ସଞ୍ଜୀବ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବୁଝାଇ କହିଥିଲେ.ଯେଉଁଭଳି ତାଲିମ୍ ପ୍ରଦାନ କରାଯାଇଛି ତାହାକୁ ସମସ୍ତେ କାର୍ଯ୍ୟକାରୀ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ.ଶେଷରେ ଉପସ୍ଥିତ ସମସ୍ତ ଏସଏସଜିଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇ ଥିଲା.ଏଥିରେ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ରୂପେ ଏମ୍ବିକେ,ବହୁ ସିଆରପି ଓ ପ୍ରାଣୀମିତ୍ରଙ୍କ ସମେତ ବିକି ରାଓ ଏବଂ ଆଦର୍ଶର ପ୍ରକଳ୍ପ ପରିଚାଳକ ସତ୍ୟ ନାରାୟଣ ମିଶ୍ରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here