ମାନବିକତାର ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବିଧାୟକଙ୍କ ଝିଆରୀ

0
699

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଵ୍ରହ୍ମପୁର ସହରର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ଭାଇ ଏବଂ ଝିଆରୀଙ୍କ ମାନବିକତା ଯୋଗୁଁ ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ହଜିଯାଇଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟାଗ ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ପାଇଛନ୍ତି । ସେଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ, ଆଇ-ପେଡ,ନଗଦ ଟଙ୍କା ସହ ବ୍ୟାଙ୍କର ଲକର ଚାବି ଏବଂ ଅନ୍ୟାନ୍ୟ କାଗଜ ଥିଲା । ଉକ୍ତ ବ୍ୟାଗ ଗାନ୍ଧିନଗର ଛକ ନିକଟରେ ଥିବା କର୍ଣ୍ଣାଟକ ବ୍ୟାଙ୍କର ମ୍ୟାନେଜର ଏସ.ରଘୁବିରଙ୍କର ଥିଲା ଏବଂ ତାହା ରାସ୍ତାରେ ପଡିଯାଇଥିଲା । ସେହି ବାଟ ଦେଇ ଟିଉସନ ଯାଉଥିବା ବିଧାୟକ ବିକ୍ରମ ପଣ୍ଡାଙ୍କ ଝିଆରୀକୁ ଉକ୍ତ ବ୍ୟାଗଟି ମିଳିଥିଲା । ଉକ୍ତ ବ୍ୟାଗ ମିଳିବା ପରେ ସେ କିଛି ଲୋକଙ୍କୁ ପଚାରି ହଜି ଯାଇଥିବା ବ୍ୟକ୍ତିଙ୍କୁ ନ ପାଇ ବ୍ୟାଗକୁ ଘରକୁ ଆଣି ତାଙ୍କ ବାପା ଅଶୋକ ପଣ୍ଡାଙ୍କୁ ଦେଇଥିଲେ । ବ୍ୟାଗରେ ଟଙ୍କା,ଟେବଲେଟ ଏବଂ ବ୍ୟାଙ୍କ ଲକର ଚାବି ଥିବା ଦେଖି କୌଣସି ବ୍ୟାଙ୍କ ଲୋକଙ୍କ ବ୍ୟାଗ ଭାବି ଅଶୋକ ପଣ୍ଡା ତୁରନ୍ତ ବୈଦ୍ୟନାଥପୁର ଥାନାରେ ପହଞ୍ଚି ବ୍ୟାଗଟିକୁ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଥାନା ଅଧିକାରୀ ଶ୍ରୀସାରଦା ପ୍ରସାଦ ଦାଶ ବ୍ୟାଗକୁ ଖୋଲି ବହୁତ ଖୋଜା ଖୋଜି କରିବା ପରେ ଏକ ଛୋଟିଆ କାଗଜ ଖଣ୍ଡରେ ଲେଖା ହୋଇଥିବା ଏକ ମୋବାଇଲ ନମ୍ବର ପାଇଥିଲେ । ଉକ୍ତ ନମ୍ବରକୁ ଫୋନ କରିବା ପରେ ତାହା ବ୍ୟାଗ ହଜିଥିବା ଲୋକଙ୍କର ଜଣା ପଡିଥିଲା । ପରେ କର୍ଣ୍ଣାଟକ ବ୍ୟାଙ୍କ ମେନେଜର ଥାନାକୁ ଆସି ବ୍ୟାଗଟି ନେଇଥିଲେ ।

LEAVE A REPLY

Please enter your comment!
Please enter your name here