ପୋଲସରାରେ କାହ୍ନୁ ବାବୁ ଓ ବୁଗୁଡ଼ାରେ ମାନସ ବାବୁ ଉପାଧ୍ୟକ୍ଷ ନିର୍ବାଚିତ

0
315

ପୋଲସରା/ବୁଗୁଡା : ପୋଲସରା ବ୍ଲକର ଉପାଧ୍ୟକ୍ଷ ଭାବେ ମଧୂପଲ୍ଲୀ ପଞ୍ଚାୟତ ସମିତି ସଭ୍ୟ କାହ୍ନୁ ଚରଣ ପରିଡା ଓ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଭାବେ ଗୋଲିଆ ସମିତି ସଭ୍ୟ ତଥା ଯୁବ ବିଜେଡି ନେତା ମାନସ ରଞ୍ଜନ ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପୋଲସରା ବ୍ଲକର ନିର୍ବାଚନ ଅଧିକାରୀ ତଥା ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶନୀ ଓ ବୁଗୁଡା ବ୍ଲକର ନିର୍ବାଚନ ଅଧିକାରୀ ତଥା କବିସୂର୍ଯ୍ୟ ନଗର ବିଡ଼ିଓ ବାସୁଦେବ ନାୟକ ଘୋଷଣା କରିଥିଲେ। ପୋଲସରା ଓ ବୁଗୁଡା ଉଭୟରେ ଉପାଧ୍ୟକ୍ଷ ପଦବୀ ପାଇଁ କେବଳ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉଭୟ ବ୍ଲକର ଉପାଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଫଳ ଘୋଷଣା ପରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ଓ ନବନିର୍ବାଚିତ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଏବଂ ବିଜେଡି କର୍ମକର୍ତ୍ତା ଓ କର୍ମୀ ବୃନ୍ଦ ଏକ ବିରାଟ ପଟୁଆରରେ ପୋଲସରା ସହର ପରିକ୍ରମା କରିଥିଲେ। ସେହିପରି ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଓ ନବନିର୍ବାଚିତ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଏବଂ ବିଜେଡି କର୍ମକର୍ତ୍ତା ଓ କର୍ମୀ ବୃନ୍ଦ ଏକ ବିରାଟ ପଟୁଆରରେ ବୁଗୁଡା ସହର ପରିକ୍ରମା କରିଥିଲେ। ଉଭୟ ବ୍ଲକ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଥିବା ବେଳେ ନବନିର୍ବାଚିତ ଉପାଧ୍ୟକ୍ଷ ଦ୍ୱୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here