ପବିତ୍ର ଶିକ୍ଷକ ଦିବସରେ ପ୍ରସ୍ତୁତ କରୁଛୁ ଜଣେ ସଫଳ ଶିକ୍ଷକଙ୍କ କାହାଣୀ

0
469

ଭଞ୍ଜନଗର(ନିଲୁ ବିଶୋଇ) ବର୍ତ୍ତମାନ ପିଢୀର ଜଣେ ସଫଳ ଶିକ୍ଷକ ହେଉଛନ୍ତି ଶ୍ରୀଯୁକ୍ତ ତ୍ରିନାଥ ବେହେରା ା ୧.୪.୧୯୮୯ ରେ ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମରେ ଜନ୍ମିତ ଏହି ଯୁବ ଶିକ୍ଷକ ଜଣଙ୍କ ୨୦୧୧ ମସିହାରୁ ଶିକ୍ଷକତା କରିଆସୁଛନ୍ତି ା ପ୍ରଥମେ ଦୁର୍ଗମ ତିଲିକି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟେ ରହୁଥିବା ଆଦିବାସୀ ଜନଜାତି ,
ତଫସଲଭୁକ୍ତ ଜାତିର ଛାତ୍ର ଛାତ୍ରୀଙ୍କୁ ନାଚ, ଗୀତ ଜରିଆରେ ଶିକ୍ଷାଦାନ କରି ସମସ୍ତଙ୍କ ହୃଦୟ ଜିତିପାରିଥିବା ଏହି ଯୁବ ଶିକ୍ଷକ ଜଣଙ୍କ ପରବର୍ତ୍ତୀ ସମୟରେ ଡୁମାକୁମ୍ପା ପ୍ରକଳ୍ପ ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ା ନିଜର ଅନ୍ତର୍ନିହିତ ଦକ୍ଷତା ବଳରେ ସେ ଡୁମାକୁମ୍ପା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ସମୟରେ ଛାତ୍ରଛାତ୍ରୀ, ସହକର୍ମୀ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଗ୍ରାମବସୀଙ୍କ ହୃଦୟ ଜିତିପାରିଥିଲେ ା ଶିଶୁବତ୍ସଳ ଏହି ଶିକ୍ଷକ ଜଣକ ପାଠ ପଢା ବେଳେ ଅଭିନୟ, ଗୀତ, ନାଚ ,ଗଳ୍ପ କଥନ,ମଜା କଥା କହି ପାଠ ପଢାକୁ ଅତି ଆକର୍ଷଣୀୟ କରୁଥିବା କଥା ସମସ୍ତେ ସ୍ବୀକାର କରନ୍ତି ା ପରବର୍ତୀ ସମୟରେ ସେ ବଡପଥରା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ଦାୟିିତ୍ବ ଗ୍ରହଣ କରି ନିଜ କର୍ତ୍ତବ୍ୟ ସୂଚାରୁ ରୂପେ ସଂପାଦନ କରନ୍ତି ା ଶାନ୍ତ ସ୍ବଭାବର ଏହି ଶିକ୍ଷକ ଜଣକ ନିଜର ମେଳାପି ଓ ସହଯୋଗୀ ଗୁଣ ପାଇଁ ଶିକ୍ଷାର୍ଥୀ, ଅଭିଭାବକ ତଥା ଗ୍ରାମବାସୀ ଙ୍କ ପ୍ରିୟ ପାତ୍ର ସାଜନ୍ତି ା ବର୍ତ୍ତମାନ ଶ୍ରୀଯୁକ୍ତ ବେହେରା ଡୁମାକୁମ୍ପା କ୍ଳଷ୍ଟର ର ସି.ଆର୍.ସି.ସି ରୂପେ ନିଯୁକ୍ତ ଅଛନ୍ତି ା ପ୍ରଥମେ ଜଣେ ଶିକ୍ଷକ ହେତୁ ସେ ନିଜ କ୍ଳଷ୍ଟର ର ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବନ୍ଧୁତୁଲ୍ୟ ବ୍ୟବହାର କରି ନିଜର ସକ୍ଷମ ମୁତାବକ ସହାୟତା କରନ୍ତି ା ଜଣେ ଶିକ୍ଷକ କିପରି ଶିକ୍ଷାର୍ଥୀଙ୍କୁ ଉତ୍ତମ ଶିକ୍ଷାଦନ କରିବେ ସେ ସମ୍ବନ୍ଧରେ ସମସ୍ତଙ୍କ ସହ ଆଲୋଚନା କରନ୍ତି ା ନାନା ଶିକ୍ଷଣ କୌଶଳ,ଉନ୍ନତ ମାନର ମୂଲ୍ୟ ଭିତ୍ତିକ ଶିକ୍ଷଣ ସାମଗ୍ରୀର ବ୍ୟବହାର କରି କିପରି ପିଲାଙ୍କୁ ଆନନ୍ଦଦାୟକ
ପରିବେଶରେ ଶିକ୍ଷାଦାନ ଦିଆଯିବ ସେ ସମ୍ବନ୍ଧରେ ସେ ସବୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରନ୍ତି ଓ ପରାମର୍ଶ ଦିଅନ୍ତି ା ପୂର୍ବରୁ ଶିକ୍ଷା ସହାୟକ ସଂଘର ସଭାପତି ଓ ସଂପ୍ରତି ଭଞ୍ଜନଗର ବ୍ଳକ ଜିଲ୍ଲା ପରିଷଦ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ରୂପେ ସେ ସବୁବେଳେ ଶିକ୍ଷକମାନଙ୍କ ନାନା ସମସ୍ୟାର ସମାଧାନ ପାଇଁ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି ା ବୃକ୍ଷ ପ୍ରେମୀ ଏହି ଶିକ୍ଷକ ଜଣକ ସବୁ ବିଦ୍ୟାଳୟରେ କିପରି ବୃକ୍ଷରୋପଣ କରାଯିବ ସେଥିପ୍ରତି ଧ୍ୟାନ ଦିଅନ୍ତି ସେଥିପାଇଁ ସେ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ତଥା ବନ ବିଭାଗ କର୍ମଚାରୀଙ୍କ ସହଯୋଗରେ ବ୍ୟାପକ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ସମସ୍ତଙ୍କୁ ବୁଝାଇଥାନ୍ତି ା ଏମ୍.ଏ, ବି.ଇ.ଡି ଶିକ୍ଷାଗତ ଯୋଗ୍ୟତା ରଖିଥିବା ଶ୍ରୀଯୁକ୍ତ ବେହେରା ଜଣେ ସାହିତ୍ୟିକ ରୂପେ ପରିଚିତ ା ସେ ଏକାଧାରରେ ଜଣେ କବି,ଲେଖକ,ଗାଳ୍ପିକ,ପ୍ରାବନ୍ଧିକ ତଥା ନାଟ୍ୟକାର ରୂପେ ବି ସୁପରିଚିତ ା ନିଜେ ନାଟକରେ ନିଖୁଣ ଅଭିନୟ କରିବା ସହ ଅବସର ବିନେଦନ ବେଳେ କରନ୍ତି ସାହିତ୍ୟ ସାଧାନା ା ଏତଦ୍ ବ୍ୟତୀତ ଜଣେ ତବଲା ବାଦକ ରୂପେ ବି ସେ ଜଣାଶୁଣା ା ସଂପ୍ରତି କୋଭିଡ କଟକଣା ଓ ଲକଡାଉନ ରେ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେବା ହେତୁ ସେ ଆରମ୍ଭ କରିଛନ୍ତି ଅନଲାଇନ ପାଠ ପଢା ନିମିତ୍ତ ” ଗାଁ ଚାଟଶାଳୀ” ନାମକ ଏକ ୟୁଟୁବ୍ ଚେନେଲ ା ଯାହା ମାଧ୍ୟମରେ ସେ ନିଜେ ଓ ନିଜ ପରିଚିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ଙ୍କ ପାଠପଢା ନିମିତ୍ତ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷଣ ଭିଡିଓ ପ୍ରସ୍ତୁତ କରି ପ୍ରତିଦିନ ହ୍ବାଟସ ଆପ ଜରିଆରେ ଶିକ୍ଷାଦାନ କରିଆସୁଛନ୍ତି ା ସମାଜସେବାରେ ରୁଚି ରଖୁଥିବା ଏହି ଶିକ୍ଷକ ଜଣଙ୍କ ସମ୍ବାଦ ସାହିତ୍ୟ ଘର , ରୋଟାରୀ କ୍ଳବ, ଲୋହରାଖଣ୍ଡି ସାହିତ୍ୟ ସଂସଦ ଭଞ୍ଜନଗର ଆଦି ଅନୁଷ୍ଠାନର ସହଭାଗିତାରେ ଅସହାୟଙ୍କୁ ସହଯୋଗ କରିଆସୁଛନ୍ତି ା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଜଣେ ଶିକ୍ଷକଙ୍କ ଚିକିତ୍ସା ପାଇଁ ସମସ୍ତଙ୍କୁ ଅନୁରୋଧ କରି ଲକ୍ଷାଧିକ ଟଙ୍କା ଯୋଗାଡ କରିବା ହେଉ କିମ୍ବା ସଦ୍ୟ କୋଭିଡ ରେ ମୃତ ଜଣେ ଶିକ୍ଷକଙ୍କ ପରିବାର ପାଇଁ ସମସ୍ତଙ୍କୁ ସହଯୋଗ ମାଗି ପ୍ରାୟ ଦେଢଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଡ କରିବା ସହ ସରକାରୀ ସହଯୋଗ କିପରି ମିଳିବ ସେଥିପାଇଁ ନେଇଥିବା ପଦକ୍ଷେପ ତାଙ୍କୁ ସମଗ୍ର ଶିକ୍ଷକ ମହଲରେ ପ୍ରଶଂସିତ କରିଛି ା ନିଜର ସାରସ୍ବତ କୃତୀ ଗୁଡିକରେ ସମାଜରେ ସଂସ୍କାର ଆଣି ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଯତ୍ନବାନ ଥିବା ଏହି ଶିକ୍ଷକ ଜଣଙ୍କୁ ଆଜିର ପବିତ୍ର ଗୁରୁଦିବସ ଅବସରରେ ଢେର ସାରା ଶୁଭକାମନା ଜଣାଇବା ସହ ତାଙ୍କର ଭବିଷ୍ୟତ ଜୀବନ ପାଇଁ ସୁଖ, ସମୃଦ୍ଧି କାମନା କରୁଛୁ ା

LEAVE A REPLY

Please enter your comment!
Please enter your name here