ଜାତୀୟ କୃମି ନାଶକ ଦିବସର ସଫଳ ରୂପାୟନ ସକାଶେ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ

0
249

ଛତ୍ରପୁର: ଆସନ୍ତା ଅଗଷ୍ଟ ମାସ ୧୨ ତାରିଖ ଦିନ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ । ଏହି ଦିବସରେ ପ୍ରଥମ ବର୍ଷଠାରୁ ଆରମ୍ଭ କରି ୧୯ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକା ମାନଙ୍କୁ କୃମି ନାଶକ ତରଳ ଔଷଧ ଏବଂ ବଟିକା ଖୁଆଇ ଦିଆଯିବ । ଏହି କାର୍ଯ୍ୟର ସୁପରିଚାଳନା ଦିଗରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜୁମ୍ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରରୁ ବ୍ଲକ୍ ସ୍ତରକୁ କୃମି ନାଶକ ବଟିକା ଓ ତରଳ ଔଷଧ ହସ୍ତାନ୍ତର କରାଯିବ । ବ୍ଲକ୍ ସ୍ତରରେ ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ମିଳିତ ସହଯୋଗ କ୍ରମେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଗଣ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ବାଳକ ବାଳିକା ମାନଙ୍କୁ ତରଳ ଔଷଧ ଓ ବଟିକା ଖୁଆଇ ଦିଆଯିବ । ଉକ୍ତ ଜାତୀୟ କୃମି ନାଶକ ଦିବସ ଦିନ ଅନୁପସ୍ଥିତ ରହିଥିବା ଏବଂ ଅସୁସ୍ଥ ଥିବା ବାଳକ ଓ ବାଳିକା ମାନଙ୍କୁ ଅଗଷ୍ଟ ୧୯ ତାରିଖ ଦିନ ସ୍ବତନ୍ତ୍ର ଦିବସ ରୂପେ ଘୋଷଣା କରାଯାଇ ବଟିକା ଓ ତରଳ ଔଷଧ ଖୁଆଇ ଦିଆଯିବ । ଜିଲ୍ଲାର ସମସ୍ତ ବାଳକ ବାଳିକା ଯେପରି ଏହି ଔଷଧ ସେବନ କରିବେ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । “କୃମି ମୁକ୍ତ ହେଲେ ଶରୀର ସୁସ୍ଥ ହେବ ଓ ସୁନ୍ଦର ଭବିଷ୍ୟତ ଆମର ହେବ” ଏହି ସ୍ଲୋଗାନ ରଖି ଦିବସଟିକୁ ସଫଳ କରିବା ପାଇଁ ସବୁ କ୍ଷେତ୍ରରେ ପ୍ରୟାସ କରିବାକୁ ଗୁରୁତ୍ବ ଦିଆଯିବ । ଜିଲ୍ଲାର ପ୍ରଥମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ୨୬୩୨୨୩ ଜଣଙ୍କୁ ତରଳ ଔଷଧ ଏବଂ ୬ ବର୍ଷରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ୫୭୨୮୭୩ଜଣଙ୍କୁ ବଟିକା ସେବନ, ଏହିଭଳି ଜିଲ୍ଲାର ସମୁଦାୟ ୮୩୬୦୯୬ଜଣ ବାଳକ ବାଲିକାଙ୍କୁ ବଟିକା ସେବନ ଓ ତରଳ ଔଷଧ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି ।
ଏହି ତରଳ ଔଷଧ ସେବନ ଓ ବଟିକା ଖୁଆଇବାର ବିଧି ଏବଂ ମାର୍ଗ ଦର୍ଶିକା ପାଳନ ସମ୍ପର୍କରେ ବ୍ଲକ୍ ସ୍ତରୀୟ, ବିଜ୍ଞାପିତ ଅଞ୍ଚଳ ସ୍ତରୀୟ ଏବଂ ମହାନଗର ନିଗମ ଅଞ୍ଚଳ ସ୍ତରୀୟ ସମନ୍ବୟ ବୈଠକ କରି ମାଇକ୍ରୋ ପ୍ଲାନ୍ ଅନୁସାରେ ବୈଠକ, ପଶିକ୍ଷଣ,ପ୍ରଚାର ପ୍ରସାର ଓ ସଚେତନତା କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମା ଶଙ୍କର ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଆର୍ ଜଗଦୀଶ୍ ପଟ୍ଟନାୟକ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ଯାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here