ନନ୍ଦାହାଣ୍ଡି ବ୍ଳକ ଅଧ୍ୟକ୍ଷା ହେଲେ ରଶ୍ମିତା ମାଝୀ

0
578

ନବରଙ୍ଗପୁର : ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବ୍ଲକର ୧୧ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହିଥିଲେ ।
ଅଧ୍ୟକ୍ଷ ପଦ ପାଇଁ ଅନୁସୂଚିତ ଜନଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଯୋଗୁଁ ସିନ୍ଧିଗୁଡା ଗ୍ରାମପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ରଶ୍ମିତା ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ତାଙ୍କୁ ପ୍ରତିଦ୍ବନ୍ଦୀ କରିବା ପାଇଁ ଅନ୍ୟ କେହି ନାମାଙ୍କନ କରି ନଥିଲେ । ଅନ୍ତିମରେ ବ୍ଲକ ନିର୍ବାଚନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ରଶ୍ମିତା ମାଝୀଙ୍କୁ ଅପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାବେ ବ୍ଲକ ଅଧ୍ୟକ୍ଷା ରୂପେ ବିଜୟୀ ଘୋଷଣା କରିଥିଲେ ।ଶ୍ରୀମତୀ ମାଝୀ ଆଗାମୀ ୫ ବର୍ଷ ପାଇଁ ଅଞ୍ଚଳର ଗରୀବ ଆଦିବାସୀ, ହରିଜନ, ପଛୁଆ ବର୍ଗ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ମାନଙ୍କ ସମସ୍ତ ବିକାଶ ପାଇଁ କାମ କରିବା ସହ ରାସ୍ତା ଘାଟ,ଜଳଯୋଗାଣ ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟାଗୁଡିକର ସମାଧାନ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବି ବୋଲି ମନ୍ତବ୍ୟ ରଖିଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here