ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଆମ ଜାତୀୟ ଗୌରବ ଓ ସ୍ବାଭିମାନର ପ୍ରତୀକ : ରୋଶନ୍

0
317

ବ୍ରହ୍ମପୁର:ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ “ମଞ୍ଚଜ୍ୟୋତି” ପକ୍ଷରୁ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ସ୍ଵର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା ଏବଂ ବରିଷ୍ଠ ସାମ୍ବାଦିକ ତଥା ଅଭିନେତା ଜୟକୃଷ୍ଣ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷାର ପ୍ରାଚୀନ ଐତିହ୍ୟ ଓ ମୌଳିକ ସାହିତ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଆମ୍ଭମାନଙ୍କର ଜାତୀୟ ଗୌରବ ଓ ସ୍ବାଭିମାନର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ଶିଶୁ କଣ୍ଠଶିଳ୍ପୀ ସୁଶ୍ରୀ ତପସ୍ଵିନୀ ସାମନ୍ତରାୟ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପରିଶେଷରେ ବରିଷ୍ଠ କଣ୍ଠଶିଳ୍ପୀ ବନ୍ଦନା ନନ୍ଦ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here