ସଙ୍ଗୀତ କଳା ନିକେତନ ତରଫରୁ ସରସ୍ଵତୀଙ୍କ ପୂଜା ଅନୁଷ୍ଠିତ

0
121

ବ୍ରହ୍ମପୁର:ବିଜିପୁର ବଡ ସାହି ସ୍ଥିତ ଓଡ଼ିଶାର ଅଗ୍ରଣୀ କଳା ସାହିତ୍ୟ ସଂସ୍କୃତି ଓ ସମାଜସେବାରେ ଉତ୍ସର୍ଗୀକୃତ ଅନୁଷ୍ଠାନ ସଙ୍ଗୀତ କଳା ନିକେତନ ପରିସରର ଶ୍ରୀ ଶ୍ରୀ ଶ୍ରୀ ମାଁ ସରସ୍ଵତୀଙ୍କ ପୂଜାପାଠ ପ୍ରତିବର୍ଷ ଭଳି ଓଡ଼ିଶା ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗବେଷଣା କେନ୍ଦ୍ର ଏବଂ ସଙ୍ଗୀତ କଳା ନିକେତନର ମିଳିତ ସହଯୋଗରେ ହର୍ଷ ଉଲ୍ଲାସର ସହ ବୈଦିକ ରିତିନୀତି ଅନୁଯାଇ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହ ଅନୁଷ୍ଠାନର ଅଧ୍ୟୟନ ରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଉପସ୍ଥିତ ରହି ମାଁ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କୁ ନିଜର ଭକ୍ତିପୂତ ପ୍ରଣାମ ଜଣାଇ ବିଦ୍ୟା ବୃଦ୍ଧି ନିମନ୍ତେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ସଂନ୍ଧ୍ଯା ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଭକ୍ତି ସଙ୍ଗୀତ ଓ ବାଦ୍ୟଯନ୍ତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା।ହର୍ଷୋଲ୍ଲାସର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ଓ ଅତିଥିମାନଙ୍କର ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here