ରାଜଶ୍ରୀ ବଳାସି ସମାଜ ଗୃହ ଉଦଘାଟନ କଲେ ବିଧାୟକ

0
283

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମ ଠାରେ ମାର୍ଚ୍ଚ ୭ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ରାଜଶ୍ରୀ ବଳାସି ସମାଜ ଗୃହକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବଳାସି ସମାଜର ମହାମାନ୍ୟ ନାୟକ ବିକ୍ରମ କୁମାର ସାହୁ ଓ ହରିହର ନାୟକ ଙ୍କ ସମେତ କଲମ୍ବ ଅଞ୍ଚଳ ନାୟକ ପ୍ରଫୁଲ କୁମାର ପ୍ରଧାନ, କେନ୍ଦ୍ରୀୟ କମିଟି ସଭାପତି ମଙ୍ଗୁଳୁଧର ସାହୁ, ଉପସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ଡାକ୍ତର ସାହୁ ଓ ମଣ୍ଡଳ ସଭ୍ୟ ରଂଜନ ପ୍ରଧାନ ଯୋଗଦେଇଥିଲେ। ବଳାସି ସମାଜର ଏହି ନୂତନ ଗୃହରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ସମାଜ ଦ୍ୱାରା ବଳାସି ସମାଜର ଏକତା ରହିବା ସହ ସମାଜର ସମସ୍ତ ସଦସ୍ୟଙ୍କ ଉପକାର ହୋଇପାରୁଥିବା ପ୍ରକାଶ କରିଥିଲେ। ହାତୀଓଟ ଅଞ୍ଚଳର ବଳାସି ସମାଜ କର୍ମକର୍ତ୍ତା ଓ ସମାଜ ଭାଇମାନେ ସମାଜ ଗୃହ ପ୍ରତିଷ୍ଠା କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here