ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଜବର୍ ଦଖଲ ଉଛେଦ କଲା ପୁଲିସ ଆଉ ପ୍ରଶାସନ|

0
642

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦୀର୍ଘଦିନ ପରେ ଶେଷରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଜବର୍ ଦଖଲକୁ ଆଜି ପୁଲିସ ଆଉ ପ୍ରଶାସନ ହଟାଇଛି l ସୁମଣ୍ଡଳ ଠାରୁ ଶାଳିଆ ଡ୍ୟାମ୍ ପର୍ଯ୍ୟନ୍ତ ୧୧ କୋଟି ଟଙ୍କା ଅନୁଦାନରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯିବା ବେଳେ ଅଙ୍ଗାର ଗାଁ ବଜାର ଠାରେ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଜବର୍ ଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତି କରାଯାଇଥିବା ବେଳେ ସେଠାରେ ଜନ ଅସନ୍ତୋଷ ଦେଖାଯିବା ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ କୁ ଲlଗି ଜନୈକ ବ୍ୟକ୍ତି ଦୋକାନ କରି ଘର ଭାଙ୍ଗିବାକୁ ମନା କରିବା ପରେ ପରିସ୍ଥିତି ଅନ୍ୟ ଦିଗକୁ ଗତି କରିଥିଲା l ପରେ ଉକ୍ତ ବ୍ୟକ୍ତି ମାନ୍ୟବର ହାଇକୋର୍ଟର ଆଶ୍ରୟ ନେଇ ଉଚ୍ଛେଦ କାମକୁ ସ୍ଥଗିତ ରଖିବା ପରେ ସ୍ଥାନୀୟ ସରପଞ୍ଚ ପୁଣି ବଳିଷ୍ଠ ପ୍ରମାଣ ନେଇ ଏହା ଜବର୍ ଦଖଲ ଦର୍ଶାଇ ମାନ୍ୟବର ହାଇକୋର୍ଟର ଆଶ୍ରୟ ନେବା ପରେ ହାଇକୋର୍ଟ କୋଦଳା ତହସିଲଦାରଙ୍କୁ ଏହା ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଇତି ମଧ୍ୟରେ ଜବର୍ ଦଖଲ ନ ହେବା ଯୋଗୁଁ ଅଙ୍ଗାରଗାଁ ରେ ରାସ୍ତା କାମ ଓ ଜଳ ଯୋଗାଣ ଦୀର୍ଘ ୨ ବର୍ଷରୁ ଅଧିକ ହେବ ବନ୍ଦ ଥିବା ଯୋଗୁଁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ l ପରେ ଅସୁବିଧାର ସମାଧାନ ପାଇଁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅଙ୍ଗାରଗାଁ ଠାରେ ଜନ ପ୍ରତିନିଧି ଓ ଲୋକମାନଙ୍କୁ ଡାକି ସମାଧାନ ପାଇଁ ଆସୁ ପଦକ୍ଷେପ ନେବା ସହ ପ୍ରଶାସନ ସହ ଆଲୋଚନା କରିବା ପରେ ଆଜି ପୁଲିସ ଓ ପ୍ରଶାସନ ପକ୍ଷରୁ ଅଙ୍ଗାରଗାଁ ଠାରେ ପଞ୍ଚାୟତ ସମ୍ମୁଖରେ ଥିବା ଜବର୍ ଦଖଲ ଘରକୁ ଉଚ୍ଛେଦ କରାଯାଇଥିଲା l ଫଳରେ ରାସ୍ତା ନିର୍ମାଣ ଓ ଜଳ ଯୋଗାଣ ପାଇଁ ମଧ୍ୟ ରାସ୍ତା ସୁଗମ ହୋଇଥିଲା l ଆଜିର ଏହି ଉଚ୍ଛେଦ ବେଳେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ l ଉଛେଦ ହେବା ପରେ ଅମୀମାଂସିତ ରାସ୍ତା କାମ ଓ ଜଳ ଯୋଗାଣ କାମ ତ୍ୱରାନିତ ହେବ ବୋଲି ଜଣା ଯାଇଛି l

LEAVE A REPLY

Please enter your comment!
Please enter your name here