ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

0
307

ବୁଗୁଡା : ମାର୍ଚ୍ଚ ୮ ତାରିଖ ଦିନ ସାରା ବିଶ୍ୱରେ ଆନ୍ତର୍ଜାତିୟ ମହିଳା ଦିବସ ପାଳନ ହେଉଥିବା ବେଳେ ବୁଗୁଡା ବ୍ଲକ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ଅଫିସର ରଞ୍ଜିତା ତ୍ରିପାଠୀ ଙ୍କ ତତ୍ତ୍ୱାବଧାନରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବୁଗୁଡା ନାରୀଶକ୍ତି ସ୍ୱୟଂ ସହାୟିକା ମହିଳା ସଂଗଠନର ସଭାନେତ୍ରୀ ରଶ୍ମିତା ପାଢୀ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମକୁ ବ୍ଳକ କୋଲନୀ ଅଙ୍ଗନବାଡ଼ି କର୍ମୀ ସଞ୍ଜୁକ୍ତା ମିଶ୍ର ସଂଯୋଜନା କରିଥିଲେ। ବୁଗୁଡା ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ମହିଳା ଦିବସ ପ୍ରସଙ୍ଗକୁ ନେଇ ସଙ୍ଗୀତ ଗାନ କରିଥିଲେ। କ୍ରୀଡ଼ାକ୍ଷେତ୍ରରେ କୃତ୍ତିତ୍ୱ ହାସଲ କରିଥିବା କିଶୋରୀ ବାଳିକା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ତମ କାର୍ଯ୍ୟ କରିଥିବା ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କୁସୁମ ପଣ୍ଡା, ତ୍ରିପୁରା ମୋହିନୀ, ସୁକେଶିନୀ ରଥ,ଜି ରଶ୍ମି, ସରସ୍ବତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଙ୍ଗନୱାଡି କର୍ମୀ ସଞ୍ଜୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here