ପୋଲସରା: ଅଧ୍ୟକ୍ଷା ପାଇଁ ୩ ଜଣ ଓ କାଉନସିଲର ପାଇଁ ୫୬ ଜଣ ଙ୍କ ପ୍ରାର୍ଥୀପତ୍ର ଦାଖଲ

0
289

ପୋଲସରା : ପ୍ରାର୍ଥୀ ପତ୍ର ଦାଖଲ ଅନ୍ତିମ ଦିବସ ସୁଦ୍ଧା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ପଦବୀ ନିମନ୍ତେ ୩ ଜଣ ଓ ୧୯ ଟି ୱାର୍ଡ ର କାଉନସିଲର ପ୍ରାର୍ଥୀ ଭାବେ ୫୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ଦିଲ୍ଲୀପ କୁମାର ପ୍ରକାଶ କରିଛନ୍ତି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚେୟାରପର୍ସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି। ଅଧ୍ୟକ୍ଷା ପଦବୀ ପାଇଁ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଭାବେ ସଙ୍ଗୀତା ବେହେରା , ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀନୀ ଭାବେ ମନୋରମା ବେହେରା ଓ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ସୌଦାମିନୀ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୯ ଟି ୱାର୍ଡ ସକାଶେ ୫୬ ଜଣ କାଉନସିଲର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି। ମାର୍ଚ୍ଚ ୯ ତାରିଖରେ ଯାଞ୍ଚ ଓ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ସୀମା ଶେଷରେ ନିର୍ବାଚନ ରଣାଙ୍ଗନକୁ କେତେ ଜଣ ପ୍ରାର୍ଥୀ ରହିବେ ଜଣାପଡିବ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here