ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ ଶ୍ରୀକାନ୍ତ ସାହୁ

0
237

ପୋଲସରା: ପୋଲସରା ସହରରେ ପ୍ରତିଷ୍ଠିତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟକୁ ଜୁଲାଇ ୧୦ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପରିଦର୍ଶନ ପାଇଁ ଯାଇଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ କଲେଜରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ମଧ୍ୟ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କୁ ଯାଇଥିଲେ। ବିଧାୟକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ରଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କମିଟି ସଦସ୍ୟ ମାନଙ୍କ ସହ ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here