ପୋଲସରା କଲେଜରେ ଯୁବ ସଂସ୍କାର ସଚେତନତା କାର୍ଯ୍ୟକ୍ରମ

0
308

ପୋଲସରା : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଏନଏସଏସ ପକ୍ଷରୁ ମିଳିତ ଭାବେ ଯୁବ ସଂସ୍କାର ସଚେତନତା କାର୍ଯ୍ୟକ୍ରମ ମହାବଦ୍ୟାଳୟ ପରିସରରେ ଅନୁଷ୍ଠତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଧୂମପାନ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ ନକରିବା, ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମକୁ ଆଗେଇନେବା, ଦୁର୍ନୀତି ନିବାରଣ ପାଇଁ ଉଦ୍ୟମ କରିବା, ଅନ୍ୟକୁ ସାହାଯ୍ୟ କରିବା, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ କୁ ସମ୍ମାନ ଦେବା ପ୍ରଭୃତି ଉପରେ ଭିଡିଓ ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା କରାଯାଇଥିଲା। ଯୁବ ରେଡକ୍ରସ ସଂସ୍ଥାର ପରାମର୍ଶଦାତା ଅଧ୍ୟାପକ ସେକ ଫରିଦ ଓ ଏନଏସଏସ ପ୍ରୋଗ୍ରାମ ଅଫିସର ଅନିଲ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ବସନ୍ତ କୁମାର ପାଣି, ସୁନୀତା ପାଣିଗ୍ରାହୀ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ୧୫୦ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପକ ଅନିଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here